ମାଟ୍ରିକ ସମେଟିଭ-୨ର ପରୀକ୍ଷା ଏପ୍ରିଲ ୨୯ରୁ ଆରମ୍ଭ

Spread the love

କଟକ, (ନାଗରାଜ ନ୍ୟୁଜ): ମାଧ୍ୟମିକ ଶିକ୍ଷାପରିଷଦ ବୋର୍ଡ ଦ୍ଵାରା ପରିଚାଳିତ ମାଟ୍ରିକ ସମେଟିଭ ୨ ର ପରୀକ୍ଷା ଆସନ୍ତା ଅପ୍ରେଲ ୨୯ରୁ ଆରମ୍ଭ ହୋଇ ମଇ ମାସ 7 ତାରିଖ ରେ ଶେଷ ହେବ। ସେହି ପରି ମଧ୍ୟମା ଓ ମୁକ୍ତ ବିଦ୍ୟାଳୟର ପରୀକ୍ଷା ସେହି ତାରିକ୍ରୁ ଆରମ୍ଭ ହେବ। ପରୀକ୍ଷା ଦୁଇଟି ସିଟିଂ ରେ ସକାଳ ଆଠଟାରୁ ପ୍ରଥମ ସିଟିଂ ମଧ୍ୟାର୍ଣ୍ଣ୍ ୧୧ଟାରେ ଦ୍ଵିତୀୟ ଶିଟିଂ ପରୀକ୍ଷା ଆରମ୍ଭ ହେବ । ପ୍ରତ୍ୟେକ ପରୀକ୍ଷା ଦୁଇ ଘଣ୍ଟା ସମୟ ମଧ୍ୟରେ ହେବ।ତେବେ ରେଗୁଲାର ପରୀକ୍ଷାର୍ଥୀଙ୍କ ର ଦ୍ଵିତୀୟ ସିଟି ପରୀକ୍ଷା ହେବ ନାହିଁ । କେବଳ ମଧ୍ୟମା ଏବଂ ମୁକ୍ତ ବିଦ୍ୟାଳୟ ମାନଙ୍କର ଦ୍ଵିତୀୟ ସିଟି ପରୀକ୍ଷା କରାଯିବ। ସମସ୍ତ ପାରୀକ୍ଷା subjective ଏବଂ objective ପରୀକ୍ଷା ପଦ୍ଧତିରେ ହେବ । subjective ୩୦ ମାର୍କ objective ୫୦ ମାର୍କର ପରୀକ୍ଷା କରାଯିବ ବୋଲି ବୋର୍ଡ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସମସ୍ତ ପରୀକ୍ଷା କୋଭିଡ୍ ଗାଇଡ ଲାଇନ ମଧ୍ୟରେ ହେବା ସଙ୍ଗେ ତ୍ରିସ୍ତରୀୟ ଚେକିଂ ସ୍କାର୍ଡ ବ୍ୟବସ୍ଥା ମଧ୍ୟରେ ପରୀକ୍ଷ ଅନୁଷ୍ଠିତ ହେବ ବୋଲି ବୋର୍ଡର ସଭାପତି ରାମାଶିସ ହାଜରା ସୂଚନା ଦେଇଛନ୍ତି।ଏହି ସମ୍ମିଳନୀରେ ଉପ ସଭାପତି ଡ଼.ନିହାର ରଞ୍ଜନ ମହାନ୍ତି,ସମ୍ପାଦକ ଶ୍ରୀକାନ୍ତ ତରାଇ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *