ଜୁଲାଇ ୩୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ

Spread the love

ଭୂବନେଶ୍ବର: ମାଟ୍ରିକ ଅଫଲାଇନ ପରିକ୍ଷା ଜୁଲାଇ ୩୦ରୁ ଆରମ୍ଭ ହେଉଛି । ମାଟ୍ରିକ ଅଫଲାଇନ ପରିକ୍ଷା ପାଇଁ ୧୫,୧୫୫ ଜଣ ଆବେଦନ କରିଛନ୍ତି । ଯାହା ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ପକ୍ଷରୁ ସୂଚନା ମିଳିଛି । ତେବେ ଫର୍ମ ପୂରଣ ପ୍ରକ୍ରିୟା ଜୁଲାଇ ୫ ରୁ୧୪ ମଧ୍ୟରେ ଶେଷ ହୋଇଥିଲା । ତେବେ ପରିକ୍ଷା ଚଳିତ ମାସ ୩୦ରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୫,୧୫୫ ଜଣ ଛାତ୍ରଙ୍କ ମଧ୍ୟରୁ ପ୍ରାୟ ୬,୫୯୬ ଜଣ ଛାତ୍ର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ହୋଇଥିବା ବେଳେ ରାଜ୍ୟ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ମୋଟ ୮,୪୯୩ ଏବଂ ମାଧ୍ୟାମା ପରୀକ୍ଷା ପାଇଁ ୬୬ ଜଣ ଆବେଦନ କରିଛନ୍ତି ।

ତେବେ ଚଳିତ ବର୍ଷ ବିନା ପରିକ୍ଷାରେ ଛତ୍ରଛାତ୍ରୀ ମାନଙ୍କୁ ମାର୍କ ପ୍ରଦାନ କରାଯାଇଥିବା ବେଳେ ବାର୍ଷିକ ପରିକ୍ଷା ପାଇଁ ଆବେଦନ କରିଥିବା ୬,୫୯୬ ଜଣଙ୍କ ମଧ୍ୟରୁ ୨,୨୪୪ ଜଣ ସରକାରଙ୍କ ଦ୍ୱାରା ବିକଳ୍ପ ମୂଲ୍ୟାଙ୍କନ ପଦ୍ଧତି ମାଧ୍ୟମରେ ସେମାନଙ୍କୁ ଦିଆଯାଇଥିବା ମାର୍କରେ ସନ୍ତୁଷ୍ଟ ନହୋଇ ଅଫଲାଇନ ପରିକ୍ଷା ପାଇଁ ଅବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *