କୁତ୍ରାରେ ମେଗାନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ

Spread the love

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଆଇଟିଆଇ ଖେଳ ପଡିଆ ଠାରେ କୁତ୍ରା ଗେମ୍ଳର କ୍ଳବ୍ ଆନୁକୁଲ୍ୟରେ ପାଞ୍ଚଦିନିଆ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ ସମୁଦାୟ ୪୦ଟି ଦଳ ଭାଗନେବାକୁ ଥିବାବେଳେ , ପ୍ରଥମ ବିଜେତାଙ୍କୁ ଏକଲକ୍ଷ ଟଙ୍କା ସହ ଟ୍ରଫି, ରନର୍ସ ଦଳକୁ ପଚାଶ ହଜାର ଟଙ୍କା, ତୃତୀୟ ଦଳକୁ ତିରିଶ ହଜାର ଟଙ୍କା ଏବଂ ଚତୁର୍ଥ ଦଳକୁ ପଚିଶ ହଜାର ଟଙ୍କା ପୁରସ୍କୃତ କରାଯିବ। ଆଜିର ଆୟୋଜିତ ଖେଳରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ଏସଡିସି ବିନୟଟପୋ, ପୂର୍ବତନ ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଶାନ୍, ଡାଲମିଆ ଭାରତ ସିମେଣ୍ଟର ସଭାପତି ଚେତନ ଶ୍ରୀବାସ୍ତବ, ବିଜୁଜନତା ଦଳର ମହିଳା ସମ୍ପାଦିକା ରଶ୍ମି ଏକ୍କା ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ମାନୀତ ଅତିଥି ଭାବେ ରାଜଗାଙ୍ଗପୁର ଏସଡିପିଓ ଶଶାଙ୍କ ଶେଖର ବେଉରା, କୁତ୍ରା ଥାନା ଅଧିକାରୀ ଶୁଶାନ୍ତ କୁମାର ପରିଡା, କୁତ୍ରା ସରପଞ୍ଚ ଲଳିତା ବାରୁଆ, ଶିବଶଙ୍କର ବେହେରା, ବିଭିଷଣ ବାରିକ୍, ଶଙ୍କର ଟପୋ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ମ୍ୟାଚରେ ଗଡପୋଷ ଫିଲିଙ୍ଗିବାହାଲ ଏବଂ କୁତ୍ରା ମଧ୍ୟରେ ହୋଇଥିବା ବେଳେ ଫିଲିଙ୍ଗିବାହାଲ ଦଳ ବିଜୟୀ ହୋଇଥିଲେ। ବସନ୍ତମାଝୀ ଖେଳ ପରିଚାଳନା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ର ଆୟୋଜକମାନେ ହେଲେ ରଜତ ବାଗ୍,ବି ଜୟଖେସ୍, କାଲିଆନ୍ ମିଞ୍ଜ, ପ୍ରଭାକର ଟପୋ, ଶଙ୍କର ଟପୋ, ତହସିଲ ମିଞ୍ଜ, ମାଙ୍ଗରାମିଞ୍ଜ, ଅରୁଣପଟେଲ ଓ ବିକିବାଗ୍ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *