ଛାତ୍ରଛାତ୍ରୀଙ୍କ ଖାତାକୁ ଯିବ ମଧ୍ୟାହ୍ନ ଭୋଜନ ବାବଦକୁ ସିଧାସଳଖ ଟଙ୍କା

Spread the love

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ଖାତାକୁ ଯିବ ମଧ୍ୟାହ୍ନ ଭୋଜନ ବାବଦକୁ ସିଧାସଳଖ ଟଙ୍କା । ଦେଶରେ ୧୧.୮ କୋଟି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ସ୍କିମ୍‌ର ରୋଷେଇ ଖର୍ଚ୍ଚ ବାବଦ ଟଙ୍କା ସିଧାସଳଖ ହସ୍ତାନ୍ତର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସ୍ତାବକୁ କେନ୍ଦ୍ର ଶିକ୍ଷ‌ା ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶାଙ୍କ ମଞ୍ଜୁର କରିଛନ୍ତି। ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ ଟଙ୍କା ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର (ଡିବିଟି) ଜରିଆରେ ଦିଆଯିବ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପ୍ରାୟ ୮୦ କୋଟି ହିତଧିକାରୀଙ୍କୁ ବ୍ୟକ୍ତି ପିଛା ମାସିକ ୫ କେଜି ଖାଦ୍ୟଶସ୍ୟ ବିନା ମୂଲ୍ୟରେ ଦିଆଯାଉଛି। ଏହା ବାଦ ମଧ୍ୟାହ୍ନ ଭୋଜନ ବାବଦ ଟଙ୍କା ଦିଆଯିବ। ଏହା ଦ୍ବାରା ପିଲାମାନଙ୍କ ପୁଷ୍ଟି ସ୍ତର ବଜାୟ ରହିବ ଓ ମହାମାରୀ ସମୟରେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ବୋଲି ଆଶା କରାଯାଉଛି। ଏଥିପାଇଁ କେନ୍ଦ୍ର ସରକାର ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଅତିରିକ୍ତ ୧୨୦୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବେ। ମାତ୍ର ଥରକ ପାଇଁ ଏହି କଲ୍ୟାଣମୂଳକ ସହାୟତା ପ୍ରଦାନ କରାଯିବ। ଦେଶର ୧୧.୨୦ ଲକ୍ଷଟି ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲର ୧୧.୮ କୋଟି ଛାତ୍ରଛାତ୍ରୀ ଏହା ଦ୍ବାରା ଉପକୃତ ହେବେ।

Leave a Reply

Your email address will not be published. Required fields are marked *