ନନ୍ଦନକାନନ ଟଏଟ୍ରେନ୍‌ ବଗି ଜଳିଗଲା

Spread the love

ଭୁବନେଶ୍ଵର: (ନାଗରାଜ ନ୍ୟୁଜ)ଚାଲୁ ହେବାର ସପ୍ତାହେ ନପୁରୁଣୁ ନନ୍ଦନକାନନ ଟଏଟ୍ରେନର ଏକ ବଗି ସଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟି ଜଳି ଯାଇଛି। ସନ୍ଧ୍ୟା ୫ଟା ବେଳେ ଟଏଟ୍ରେନଟି ୪୫ଜଣ ପର୍ଯ୍ୟଟକଙ୍କୁ ନେଇ ଯାତ୍ରା କରୁଥିଲା। ଅଚାନକ ଅଗ୍ନୀ କାଣ୍ଡ ଘଟି ଇଂଜିନ୍ ଆଗ ପାଖରେ ଥିବା ବ୍ୟାଟେରୀ ବକ୍ସରୁ ଧୂଆଁ ଉଠି ତଳ ପାଖ ଦେଇ ଜଳିଥିଲା। ପରେ ଇଂଜିନ୍ ପାଖ ପ୍ରଥମ ବିଗିକୁ ନିଆଁ ଧରିଥିଲା। ଚଳକ ଜାଣିପାରି ଷ୍ଟେସନକୁ ଟ୍ରେନ୍‌କୁ ଅଟକାଇ ଦେଇଥିଲା। ତୁରନ୍ତ ଟ୍ରେନ୍‌ ବଗିରେ ବସିଥିବା ସମସ୍ତ ଲୋକମାନେ ତଳକୁ ଓହ୍ଲାଇ ଆସିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପରେ ସମସ୍ତ ବଗିର ସଂଯୋଗ କାଟି ପୃଥକ କରାଯାଇଥିଲା। ପରେ ଜଳୁଥିବା ବଗିରେ ପାଣି ପକାଇ ନିଆଁକୁ ଲିଭାଯାଇଥିଲା। ସୂଚନାଯୋଗ୍ୟଯେ ଗତ ୮ ତାରିଖ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଟଏଟ୍ରେନ୍‌ଟିକୁ ଲୋକାର୍ପଣ କରିଥିଲେ। ସପ୍ତାହେ ନପୁରୁଣୁ ଟଏଟ୍ରେନ ଅଚଳ ହେବା ଏହାର ଅସ୍ଥିତ୍ଵ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *