କୋର୍ଟ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ସ୍ଥାନୀୟ କୋର୍ଟ ପରିସରରେ ଜାତୀୟ ଲୋକ ଅଦାଳତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଢେଙ୍କାନାଳ ମୁଖ୍ଯ ଶାଖା, ଢେଙ୍କାନାଳ ବଜାର ଶାଖା, ମହିଷପାଟ ଏଡିଜି, ଗୋବିନ୍ଦପୁର ଶାଖା, ବେଲଟିକିରି କାଇମାଟି ଶାଖା, ଜୋରନ୍ଦା ଶାଖା, ସନ୍ଦପସିପାଟଣା ଗନ୍ଦିଆ ତଥା ଷଡଙ୍ଗି ଶାଖାର ଅଧିକାରୀମାନେ ଯୋଗଦେଇଥିଲେ ଏବଂ ପନ୍ଦର ଲକ୍ଷରୁ ଉର୍ଦ୍ଧ୍ବ ଅନାଦେୟ ଋଣ ଆଦାୟ କରିବା ସହ ଅନେକ କେସ୍ ସେଟେଲ୍ଡ୍ କରିଥିଲେ। ଋଣ ପରିଶୋଧ କରିପାରୁନଥିବା ଗ୍ରାହକମାନେ ଏକକାଳୀନ ଋଣ ପରିଶୋଧ କରି ଋଣମୁକ୍ତ ହେବାର ସୁଯୋଗ ପାଇଥିଲେ। ଶାଖା ପ୍ରବନ୍ଧକ ଓ ଅନ୍ଯାନ୍ଯ ଅଧିକାରୀମାନଙ୍କୁ ଉତ୍ସାହିତ କରିବା ପାଇଁ ତଥା ଋଣ ଆଦାୟ ତଦାରଖ କରିବା ପାଇଁ ବାଲେଶ୍ଵର ଜୋନାଲ ଅଫିସରର ଏଜିଏମ ଶ୍ଯାମସୁନ୍ଦର ସାହୁ ଯୋଗଦେଇଥିଲେ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *