ନୂତନ ଥାନା ଗୃହ ଉଦ୍ଘାଟିତ

Spread the love

କଟକ,(ନାଗରାଜ ନ୍ୟୁଜ): କଟକ ସହରରେ ଦୁଇଟି ଥାନାର ନୂତନ ଗୃହ ଉଦ୍ଘାଟନ କରିଛନ୍ତି ଓଡିଶା ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଳ। ଗୋଟିଏ ବିଡା ନାସି ଥାନା ହୋଇଥିବା ବେଳେ ଅନ୍ୟଟି ପୁରିଘାଟ ଥାନା। ଆଗରୁ ପୁରୁଣା ଥାନା ଗୃହରେ ଚାଲୁଥିବା ଯୋଗୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଉଭୟ କର୍ମଚାରୀ ଓ ଜନତା। ଏହାକୁ ଦୃଷ୍ଟିରେ ରଖି ଦୁଇଟି ଥାନାର ନୂତନ ଗୃହ ନିର୍ମାଣ କରାଯାଇ ଏହାକୁ ଆଜି ଲୋକାର୍ପଣ କରାଯାଇଛି। ବିଶେଷକରି ଥାନା ମାନଙ୍କୁ ଆସୁଥିବା ଲୋକେ ଯେପରି କିଛି ଅସୁବିଧାର ସମ୍ମୁଖୀନ ନହେବେ ସେଥିପ୍ରତି ବେଶ ଧ୍ୟାନ ଦିଆଯିବା ସହ ବିଶେଷକରି ଶିଶୁ ମାନଙ୍କର ମନରୁ ପୋଲିସ ପ୍ରତି ଥିବା ଭୟ ଦୂର କରିବା ପାଇଁ ଖେଳ ଘରର ମଧ୍ୟ ନିର୍ମାଣ କରାଯାଇଛି। ଆଜିର କାର୍ଯ୍ୟକ୍ରମ ରେ ପୋଲିସ ମହାନିର୍ଦେଶକ ସୁନୀଲ ବଂଶଳ ଙ୍କ ସମେତ ,କଟକ ମେୟର ସୁବାସ ସିଂ , ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, କଟକ ଡିସିପି ପ୍ରତୀକ ଗୀତା ସିଂ ଙ୍କ ସମେତ ସ୍ଥାନୀୟ ମୁରବି ଏବଂ ପୋଲିସ ଅଧିକାରୀ ମାନେ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *