ଜୋତା ନ ପିନ୍ଧି ଗାଡ଼ି ଚଳାଇବା ଖବର ଏକ ଗୁଜବ

Spread the love

କଟକ,(ନାଗରାଜ ନ୍ୟୁଜ): ବିନା ଜୋତା ଅର୍ଥାତ୍ ଚପଲ ପିନ୍ଧି ବାଇକ୍ ଚଳାଇଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ଫାଇନ। କିଛି ଏଭଳି ଖବର ଘୁରି ବୁଲିଛି ସୋସିଆଲ ମିଡ଼ିଆରେ। ଏହା ଏବେ ରାଜ୍ୟର ବାଇକ୍ ଚାଳକ ମାନଙ୍କର ମଧ୍ୟରେ ଏକ ଭୟ ସଞ୍ଚାର କରିବାରେ ଲାଗିଛି।ଯାହାକୁ ସିଧା ସଳଖ ଖଣ୍ଡନ କରିଛନ୍ତି ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି ର ଆଡ଼ିସ୍ନାଲ କମିଶନର ରୋଡ ସେଫ୍ଟି ଲାଲ ମୋହନ ସେଠୀ । ସେ କହିଛନ୍ତି ମୋଟର ଭେଇକିଲ୍ ଆକ୍ଟ ରେ ଏମିତି କିଛି ନିୟମ ନାହିଁ କି କେହି ବିନା ଜୋତା ରେ ଗାଡ଼ି ଚଳାଇ ପାରିବ ନାହିଁ। ତେଣୁ ଏହା ଏକ ଗୁଜବ ଓ ଏଭଳି କିଛି ନିୟମ ଓଡ଼ିଶାରେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *