ସୁମିତ- ତପସ୍ୱିନୀ ବିବାଦ ମାମଲା, ୧୩ ତାରିଖରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣୀ

Spread the love

କଟକ, (ନାଗରାଜ ନ୍ୟୁଜ): ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଦମ୍ପତି ସୁମିତ- ତପସ୍ୱିନୀ ବିବାଦ ମାମଲାରେ ଆପୋଷ ସମାଧାନର ବାଟ ଫିଟୁ ନାହିଁ। ନିର୍ଦ୍ଦେଶ ମୁତାବକ ହାଇକୋର୍ଟଙ୍କ ମଧ୍ୟସ୍ଥା କେନ୍ଦ୍ରରେ ଉଭୟ ହାଜର ହୋଇଥିଲେ। ଆଜି ଦ୍ୱିତୀୟ ଥର ପାଇଁ ହାଜର ହୋଇଥିଲେ ମଧ୍ୟ ମଧ୍ୟାସ୍ଥାରୁ କିଛି ସୁଫଳ ମିଳିବାର ସମ୍ଭାବନା ନାହିଁ ବୋଲି ଆଜିର ମଧ୍ୟାସ୍ଥତା ପରେ ସ୍ପଷ୍ଟ ହୋଇଛି। ମଧ୍ୟସ୍ଥତା ଶେଷ ହେବା ପରେ ଏ ନେଇ ଖୁବଶୀଘ୍ର ହାଇକୋର୍ଟରେ ରିପୋର୍ଟ ଦାଖଲ କରାଯିବ। ପ୍ରଥମ ଦିନ ପ୍ରାୟ ତିନି ଘଣ୍ଟା ଏବଂ ଆଜି ଅଢେଇ ଘଣ୍ଟା ଧରି ହାଇକୋର୍ଟଙ୍କ ଦ୍ଵାରା ନିଯୁକ୍ତ ମଧ୍ୟସ୍ଥ ସମସ୍ତ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କ ଉଦ୍ୟମ ସଫଳ ହୋଇନଥିବା ବୋଲି ସ୍ପଷ୍ଟ ହୋଇଛି। ଆସନ୍ତା ୧୩ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ସମୟ ଧାର୍ଯ୍ୟ ହୋଇଛି।

Leave a Reply

Your email address will not be published. Required fields are marked *