ଜନ ସମୁଦ୍ରରେ ନୀଳଗିରି ବିଜେଡି ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

Spread the love

ଖଇରା,(ନାଗରାଜ ନ୍ୟୁଜ): ମୁଖ୍ୟମନ୍ତ୍ରୀ ଙ୍କର ନିର୍ଦେଶ ରେ ଅକ୍ଟୋବର ଦୁଇ ତାରିଖ ରୁ ନଭେମ୍ବର ଦୁଇ ତାରିଖ ପ୍ରଯ୍ୟନ୍ତ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଥିଲା,ରାଜ୍ୟବ୍ୟାପୀ ମୁଖ୍ୟମନ୍ତ୍ରୀ ଙ୍କର ସୁ ସାଶନ ଓ ଜନ କଲ୍ୟାଣ ଯୋଜନା ର ବାର୍ତା କିପରି ଲୋକ ମାନଙ୍କ ପାଖରେ ସିଧା ସଳଖ ପହଂଚି ବ ସେନେଇ ବିଜୁ ଜନତା ଦଳ ପକ୍ଷରୁ ଏହାଏକ ନୂଆ ପ୍ରୟାସ ମାଧ୍ୟମରେ କରାଯାଇ ଥିଲା,କିନ୍ତୁ ଏକ ମାସ ଏହି ଜନ ସମ୍ପର୍କ ପଦ ଯାତ୍ରା ଏକ ମାସ ପୂର୍ତ୍ତି ଅବସରରେ ନୀଳଗିରି ବିଜେଡି ମୁଖ୍ୟ ତଥା ବିଧାୟକ ପ୍ରାଥୀ ସନ୍ତୋଷ ଖଟୁଆ ଙ୍କର ନେତୃତ୍ୱରେ ବିଶାଳ ଜନ ସମୁଦ୍ର ଶହ ନୀଳଗିରି ବସଷ୍ଟାଣ୍ଡ ରୁ ବାହାରି ଜୟ ନବୀନ ଜୟ ବିଜେଡି ନାରା ଦେଇ ବାଜା ଶଙ୍ଖ ହୂଳହୁଳି ବିଜେଡି ସଂଗୀତ ର ତାଳେ ତାଳେ ନୀଳଗିରି କେସି ହାଇସ୍କୁଲ ପଡିଆରେ ସାଧାରଣ ଜନ ସମ୍ପର୍କ ପଦ ଯାତ୍ରା ଆୟୋଜନ ସଭାରେ ଆଖା ନୀଳଗିରି ନିର୍ବାଚନ ମଣ୍ଡଳୀ ର ବିଜୁ ପରିବାର ପ୍ରମୁଖ ବରିଷ୍ଠ ନେତୃ ମଣ୍ଡଳ ମହିଳା ନେତ୍ରୀ ଯୁବ ନେତା ଙ୍କର ସମାଗମ ରେ ଏକ ବିଶାଳ ସଭା ଅନୁଷ୍ଠିତ ହୋଇଥିଲା .

ଉକ୍ତ ସଭାରେ ପାଖା ପାଖି ଦଶହଜାର ରୁ ଉର୍ଦ୍ଧ ବିଜୁ ପରିବାର ସଦସ୍ୟ ଉପସ୍ଥିତ ରହିଥିଲେ,ତେଣୁ ଜିଲ୍ଲା ବିଜେଡି ସଭାପତି ଇଂ ରବୀନ୍ଦ୍ର କୁମାର ଜେନା ଯୋଗଦାନ ଦେଇ ପ୍ରଥମେ ବିଜୁ ପଟନାୟକ ଙ୍କର ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେବା ଶହ ଦଳୀୟ ଭାଷଣ ମାଧ୍ୟମରେ ଉପସ୍ଥିତ ରହିଥିବା ବିଜୁ ପରିବାର ସଦସ୍ୟ ଙ୍କୁ ସ୍ୱାଗତ ଜଣେଇଥିଲେ, ଏବଂ ସନ୍ତୋଷ ଖଟୁଆ ଙ୍କର ନୀଳଗିରି ନିର୍ବାଚନ ମଣ୍ଡଳୀ ର ଜନହିତ କାର୍ଯ୍ୟ ପାଇଁ ଏ ସବୁ ହୋଇ ପାରିଛି ବୋଲି କହି ଧନ୍ୟବାଦ ଦେଇ ବିରୋଧୀ ଙ୍କୁ କଟାକ୍ଷ୍ୟ ଭାଷାରେ ସମାଲୋଚନା କରିଥିଲେ,ତେଣୁ ଉକ୍ତ କାର୍ଯ୍ୟକ୍ରମ ସ୍ୱାଗତ ଭାଷଣ ଆଇନି ଯିବି ଅମେରେନ୍ଦ୍ର ପଟନାୟକ ଓ ମଞ୍ଚ ପରିଚାଳନା କରିଥିଲେ ମନରଞ୍ଜନ ମହାନ୍ତି, ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ସଭାପତି ତାପସ ପରିଡା, ଜିଲ୍ଲାପରିଷଦ ଗତିକୃଷ୍ଣ ନନ୍ଦ, ଙ୍କ ଶହ ପ୍ରତେକ ବ୍ଲକ ର ଚେୟାରମ୍ୟାନ, ଉପ ଚେୟାରମ୍ୟାନ,ପ୍ରତେକ ପଂଚାୟତ ସ୍ତରରେ ବିଜୁ ପରିବାର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ,,ଏହି ଜନ ସମ୍ପର୍କ ପଦ ଯାତ୍ରା ଆଉ ପନ୍ଦର ଦିନ ବୃଦ୍ଧି କରାଯାଇଛି, ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ବୋଲି ଶ୍ରୀ ଖଟୁଆ କହିଥିଲେ, ଏହା ଦ୍ୱାରା ଲୋକମାନଙ୍କ ପାଖରେ ସିଧା ସଳଖ ବିଯୁଜନତା ଦଳ ପହଂଚି ପାରୁଛି,
ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *