“ବାଲ୍ୟ ବିବାହକୁ ନାଁ ” କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ବାଲେଶ୍ଵର, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ପ୍ରତାପପୁର ପଞ୍ଚାୟତର ଗୋଷାନିବିନ୍ଧା ଗ୍ରାମରେ ରାଧାକୃଷ୍ଣ ମନ୍ଦିର ପରିସରରେ ” ବାଲ୍ୟ ବିବାହ କୁ ନାଁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନ ଶିକ୍ଷକ ନାରାୟଣ ଦାସ ଅଧ୍ୟକ୍ଷତା କରିଥିଲେ । ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି । ଏହାର ନିରାକରଣ ଆବଶ୍ୟକ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥିଭାବେ ପ୍ରତାପପୁର ପଞ୍ଚାୟତର ସରପଞ୍ଚ କସ୍ତୁରୀ ବାଳା ପାତ୍ର, ମୁଖ୍ୟ ବକ୍ତା ଭାବେ ହାଡିବନ୍ଧୁ ରାଉତ, ସମ୍ମାନିତ ଅତିଥି ଭାବେ କବି ନଳିନୀ କାନ୍ତ ପାଢ଼ୀ, ଆଶାକର୍ମୀ କାଞ୍ଚନ ବାଲା ବିଶ୍ଵାଳ, ୱାଡ଼ସଭ୍ୟା ଅନିତା ଦାସ, ମନୋଜ ଦାସ, ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଅଙ୍ଗନୱାଡି କର୍ମୀ ସୁଜାତା ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଗ୍ରାମର ଏସ ଏଚ ଗ୍ରୁପର ମହିଳା, କିଶୋର କିଶୋରୀ, ଜି କେ ଏସ ସଭ୍ୟ ସଭ୍ୟା ଉପସ୍ଥିତି ରହି ଆଲୋଚନାରେ ଅଂଶଗ୍ରହଣ କରି ଥିଲେ । ସମସ୍ତେ ଗ୍ରାମରୁ ବାଲ୍ୟ ବିବାହ ରୋକିବା ଦିଗରେ କାର୍ଯ୍ୟ କରିବେ ବୋଲି ଶପଥ ପାଠ କରିଥିଲେ । ଶେଷରେ ମନୋଜ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *