ରାଜ୍ୟରେ କମିବାରେ ଲାଗିଛି ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ୧୫୫୮ ସଂକ୍ରମଣ ଚିହ୍ନଟ

Spread the love

ଭୁବନେଶ୍ୱର: ନିୟନ୍ତ୍ରାଧୀନ ମହାମାରୀ । ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ୧୫୫୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୦୪ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୫୪ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୫ ହଜାର ୬୯୦ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଆଜି କନ୍ଧମାଳରୁ ୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, କେନ୍ଦ୍ରାପଡ଼ାରୁ ୩୫, କେନ୍ଦୁଝରରୁ ୧୪, ଖୋର୍ଦ୍ଧାରୁ ୪୭୯, କୋରାପୁଟରୁ ୨, ମାଲକାନଗିରିରୁ ୫, ମୟୁରଭଞ୍ଜରୁ ୪୧, ନବରଙ୍ଗପୁରରୁ ୧୩, ନୟାଗଡ଼ରୁ ୨୫, ନୂଆପଡାରୁ ୨, ପୁରୀରୁ ୮୨, ରାୟଗଡ଼ାରୁ ୮, ସମ୍ବଲପୁରରୁ ୧୪, ଅନୁଗୁଳ ଜିଲ୍ଲାରୁ ୮୦, ବାଲେଶ୍ଵରରୁ ୯୭, ବରଗଡ଼ରୁ ୬, ଭଦ୍ରକରୁ ୪୨, ବଲାଙ୍ଗିରରୁ ୧୦, ବୌଦ୍ଧରୁ ୩, କଟକରୁ ୨୪୧, ଦେଓଗଡ଼ରୁ ୯, ଢେଙ୍କାନାଳରୁ ୨୩, ଗଜପତିରୁ ୩, ଗଞ୍ଜାମରୁ ୭, ଜଗତସିଂହପୁରରୁ ୬୭, ଯାଜପୁରରୁ ୭୮, ଝାରସୁଗୁଡ଼ାରୁ ୭, କଳାହାଣ୍ଡିରୁ ୮, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୨୮, ଷ୍ଟେଟପୁଲରୁ ୧୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *