ଅନୁଷ୍ଠିତ ହେଲା ରଜ ମହୋତ୍ସବ ବୈଠକ

Spread the love

ବାଲେଶ୍ବର,(ନାଗରାଜ ନ୍ୟୁଜ): କୋଭିଡ – ୧୯ ପାଇଁ ଦୁଇ ବର୍ଷ ଧରି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସୁନ୍ଦରପୁର ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହେଉଥିବା ରଜ ମହୋତ୍ସବ ବନ୍ଦ ରହିଥିଲା । ଚଳିତ ବର୍ଷ ଖୁବ୍ ଧୁମଧାମରେ ଅନୁଷ୍ଠିତ ହେବାନେଇ ହାଇସ୍କୁଲ ସମ୍ମୁଖ ଖେଳ ପଡିଆରେ ସଭ୍ୟ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ମହୋତ୍ସବ କିପରି ଶାନ୍ତି ଶୃଙ୍ଗାର ସହିତ ଖୁବ୍ ଧୁମଧାମରେ ପାଳନ ହେବ ସେ ବିଷୟରେ ମହୋତ୍ସବ କମିଟିର ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ । ଏବଂ ଏଥିପାଇଁ ସଂସ୍କୃତି ବିଭାଗ ତରଫରୁ ସମସ୍ତ ସାହାଯ୍ୟ ଓ ସହଯୋଗ କମିଟିକୁ ଯୋଗାଇ ଦେବେ ବୋଲି ଆୟୋଜିତ ବୈଠକରେ ପ୍ରକାଶ କରିଥିଲେ । ଚଳିତ ବର୍ଷ ଜୁନ୍ ମାସ ୧୩ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ଅର୍ଥାତ୍ ୪ ଦିନରେ ଶେଷ ହେବ । ଏଥର ସିନିୟର/ଜୁନିୟର ବିଭାଗର ୨ ଜଣଙ୍କୁ ରଜରାଣୀ ଘୋଷଣା ସହିତ ପାଞ୍ଚ ହଜାର(୫,୦୦୦/-) ଟଙ୍କା ଓ ରୂପା ମୁକୁଟ ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ମନ୍ତ୍ରୀ ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କ ଯୋଗଦାନ ମହୋତ୍ସବକୁ ଆହୁରି ଆଗକୁ ଆଗେଇ ନେବ ବୋଲି ଆଶା କରାଯାଇଛି । ଉକ୍ତ ରଜ ମହୋତ୍ସବ କମିଟିର ସଭାପତି ସୁରେନ୍ଦ୍ର ରାଉତ, ଉପସଭାପତି ଡ. ହରେକୃଷ୍ଣ ରାଉତ, ସଭ୍ୟ ବିମଳେନ୍ଦୁ ଜେନା, ବାବାଜି ପଣ୍ଡା, ନରହରି ନାୟକଙ୍କ ସମେତ ଆଖପାଖ ଅଞ୍ଚଳରୁ ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *