ବାଙ୍କୀ ଉପଖଣ୍ଡରେ ଉତ୍କଳ ଦିବସ ୨୦୨୧ ପାଳିତ

Spread the love

ବାଙ୍କୀ:ଉପଖଣ୍ଡସ୍ତରୀୟ ଓଡିଶା ଦିବସ କୋଭିଡ଼- ୧୯ ନିୟମ ଅନୁଯାୟୀ ପାଳିତ ହୋଇଯାଇଛି। ଦିବସ ପାଳନ ଅବସରରେ ସଙ୍ଗୀତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ “ବନ୍ଦେ ଉତ୍କଳ ଜନନୀ” ଡ଼ାକବାଜି ଯନ୍ତ୍ର ଦ୍ୱାରା ସହର ମଧ୍ୟରେ ପ୍ରଚାର କରାଯାଇଥିଲା। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମାଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାଶ, ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଓ ଗୋବିନ୍ଦ ରଥଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଉତ୍କଳ ଦିବସ ଉପଲକ୍ଷେ ଉପଖଣ୍ଡସ୍ତରୀୟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ବରପୁତ୍ରମାନଙ୍କ ଫଟୋରେ ମାଲ୍ୟାର୍ପଣ କରାଯାଇ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଡ଼ାକବାଜି ଯନ୍ତ୍ର ଦ୍ୱାରା “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ତାଙ୍କ ଅଭିଭାଷଣରେ ଓଡିଶାକୁ ଭାଷାଭିତିକ ସ୍ୱତନ୍ତ୍ର ପ୍ରଦେଶ ଗଠନ ନିମନ୍ତେ ପୂର୍ବସୁରିମାନେ ଯେଉଁ ତ୍ୟାଗ ସ୍ୱୀକାର କରିଥିଲେ ସେ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ ମୁଖ୍ୟବକ୍ତା ଭାବେ ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଶାସନିକ ଅଧିକାରୀ  ମନୋଜ ମହାପାତ୍ର ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ  ଅଖିଳ ବିରବର ହରିଚନ୍ଦନ ଓଡିଶା ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ। ସମ୍ମାନିତ ଅତିଥିଭାବେ ବାଙ୍କୀ ଏନ.ଏ. ସି ର ନିର୍ବାହୀ ଅଧିକାରୀ ଡ଼ଃ ପ୍ରଭୁକଲ୍ୟାଣ ଦାସ ଓ ପ୍ରେସ କ୍ଲବ ଉପସଭାପତି  ସମରେନ୍ଦ୍ର ମହାପାତ୍ର ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ଶାରଦା ପ୍ରସାଦ ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

 

Leave a Reply

Your email address will not be published. Required fields are marked *