ଆସନ୍ତା ଜୁଲାଇ 6 ତାରିଖ ଦିନ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

Spread the love

କଟକ, (ନାଗରାଜ ନ୍ୟୁଜ): ଆସନ୍ତା ଜୁଲାଇ 6 ତାରିଖ ଦିନ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ 2022 ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ।ଦିନ 1ଘଟିକା ସମୟରେ ପରିଷଦର କାର୍ଯ୍ୟାଳୟ ଠାରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ ଉପସ୍ଥିତ ରେ ପରୀକ୍ଷା ଫକ ଘୋଷଣା କରାଜିବ।ପରୀକ୍ଷା ଫଳ ପ୍ରକାଶ ପାଇଁ ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି।ମୂଲ୍ୟାୟନ ଠାରୁ ଆରମ୍ଭ କରି ଟାବୁଲେସନ୍ କାର୍ଯ୍ୟ ଶେଷ ହୋଇଯାଇଛି ।ପରୀକ୍ଷା ଫଳ ଘୋଷଣା ପରେ ଫଳା ଫଳ ବୋର୍ଡ ର ୱେବ୍ ସାଇଟ www.bseodiaha.ac.in,www.bseodisha.nic.in ରେ ଉପଲବ୍ଧ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ର ସଭାପତି ରାମାସିସ ହାଜରା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।ଶ୍ରୀ ହାଯାରା କହିଲେ ଯେ ଚଳିତ ବର୍ଷ 5 ଲକ୍ଷ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ମୂଲ୍ୟାୟନରେ କୌଣସି ତ୍ରୁଟି ଥିଲେ ଛାତ୍ର ଛାତ୍ରୀ ମାନେ ଫଳ ପ୍ରକାଶ ପାଇବାର ନିର୍ଦ୍ଧାରିତ ସମୟ ମଧ୍ୟରେ ଆବେଦନ କରିପାରିବେ।ବୋଲି ସୂଚନା ଦେଇଥିଲେ। ମୂଲ୍ୟାନ ପରେ ଛାତ୍ର ଛାତ୍ରୀଙ୍କ ମାର୍କ ପ୍ରକ୍ରିୟାକରଣ ବୋର୍ଡ ପକ୍ଷରୁ ପ୍ରତି ପିଲାଙ୍କ ପାଇଁ ତିନୋଟି ପଦ୍ଧତି ଅବଲମ୍ବନ କରାଯାଇଛି ଏହି ତିନୋଟି ପ୍ରକ୍ରିୟା ରୁ ଯେଉଁ ପଦ୍ଧତିରେ ପରୀକ୍ଷାର୍ଥୀ ସର୍ବାଧିକ ନମ୍ବର ରଖିଥିବେ ସେହି ଗୋଟିକୁ ବୋର୍ଡ ଗ୍ରହଣ କରିଛି ବୋଲି ବୋର୍ଡ ଉପ ସଭାପତି ସୂଚନା ଦେଇଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ର ଉପ ସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି,ସମ୍ପାଦକ ଶ୍ରୀକାନ୍ତ ତରାଇ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *