ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ଜଗତସିଂହପୁର ଜିଲ୍ଲା

Spread the love

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବର୍ଷକ ୧୨ ମାସ ଓ ମାସକ ୩୦ ଦିନ ଅଟେ । ପ୍ରତ୍ୟେକ ମାସ ୧ ତାରିଖକୁ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ଫଟୋ ପ୍ରତିଯୋଗିତା ରୂପେ ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ମୋ ଅନୁଷ୍ଠାନ ଫେସବୁକ୍ ଗୃପରେ ୫ମ ପର୍ଯ୍ଯାୟ ଫଟୋ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ରାଜ୍ୟ ସ୍ତରୀୟ ଫଟୋ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯଥା- ସୁସ୍ମିତା ମହାପାତ୍ର ସୁନ୍ଦରଗଡ, ଅନ୍ନପୂର୍ଣ୍ଣା ସାହୁ ଖୋର୍ଦ୍ଧା, ତିଳୋତ୍ତମା ସାହୁ, କଟକ, ସଂହିତା ଜେନା, ବାସନ୍ଦରା, ଜଗତସିଂହପୁର, ଶୁଭସ୍ମିତା ପରିଚ୍ଛା, ପାଟଣାଗଡ, ବଲାଙ୍ଗୀର, ପ୍ରଦ୍ଯୋସ୍ମିତା ପରିଚ୍ଛା, ପାଟଣାଗଡ, ବଲାଙ୍ଗୀର, ସନ୍ଧ୍ୟାରାଣୀ ଦାଶ, ଜଗତସିଂହପୁର, ସରୋଜିନୀ ବେହେରା, ଜଗତସିଂହପୁର, ବାସନ୍ତୀ ଲତା ଜେନା, ନବରଙ୍ଗପୁର ଓ ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର ପ୍ରମୁଖ ୧୦ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଯେହେତୁ ଓଡିଆ ସଂସ୍କୃତି, ପରମ୍ପରା, ଚାଲିଚଳଣ, ବେଶଭୂଷାକୁ ଆଧାର କରି ଫଟୋ ପ୍ରତିଯୋଗିତା କରାଯାଉଛି । ତେଣୁ ଏଥର ମଥାରେ ଓଢଣୀ ଦେଇଥିବା ପ୍ରତିଯୋଗୀ ମାନଙ୍କୁ ଅଗ୍ରାଧିକାର ଦିଆଯାଇଛି । ଯେଉଁମାନେ ନିୟମ ବାହାରେ ପୋଷ୍ଟ କରିଛନ୍ତି, ଫୋନ କଲ୍ କି ମେସେଜ୍ ରିସିଭ୍ କରୁନାହାନ୍ତି କିମ୍ବା ଯୋଗାଯୋଗ ନମ୍ବର ନାହିଁ ସେମାନଙ୍କୁ ବିଚାରକୁ ନିଆଯାଇନାହିଁ । କେବଳ ପ୍ରଥମ ସ୍ଥାନକୁ ବର୍ଷ ତମମା ଗୁରୁତ୍ୱ ଦିଆଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଛି । ସେହି ଦୃଷ୍ଟିରୁ ୫ମ ପର୍ଯ୍ଯାୟ ପ୍ରତିଯୋଗିତାରେ ସଂହିତା ଜେନା, ବାସନ୍ଦରା, ଜଗତସିଂହପୁରଙ୍କୁ ପ୍ରଥମ ସ୍ଥାନ ମିଳିଛି । ଶ୍ରୀମତୀ ଜେନାଙ୍କୁ ବାର୍ଷିକ ଉତ୍ସବରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ଅର୍ଥରାଶି ସହିତ ପ୍ରମାଣ ପତ୍ର ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯିବ । ତେଣୁ ଶ୍ରୀମତୀ ଜେନାଙ୍କୁ ଅନୁରୋଧ ନିଶ୍ଚୟ ଆସି ଗ୍ରହଣ କରିବା ହେବେ ଯାହା ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଘୋଷଣା କରିଛନ୍ତି । କିଛି ବ୍ଯତିକ୍ରମ ପାଇଁ ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇନାହିଁ । ଶ୍ରୀମତୀ ସରସ୍ବତୀ ପଣ୍ଡା, ଯାଜପୁର ଏବଂ ଶ୍ରୀମତୀ ସୁନିତା ପରିଡା ବାଲେଶ୍ଵରଙ୍କ ଦ୍ବାରା ଫଟୋ ଗୁଡିକୁ ସମୀକ୍ଷା କରାଯାଇଥିଲା । ଯାହର ଫଳାଫଳ ପ୍ରକାଶ ପାଇଛି । ଏଠାରେ ସ୍ମରଣ କରାଇ ଦିଆଯାଏ କି ଏଠି କୌଣସି ପ୍ରକାର ପାତରଅନ୍ତରକୁ ପ୍ରଶୟ ଦିଆଯାଏ ନାହିଁ । ସର୍ବଦା ସମୀକ୍ଷାକାରୀ/ ସମୀକ୍ଷାକାରିଣୀଙ୍କୁ ସମ୍ମାନ ଦିଆଯାଇଥାଏ । କାହାରି କିଛି ଅଭିଯୋଗ ଥିଲେ ସମୀକ୍ଷାକାରିଣୀ ଶ୍ରୀମତୀ ପଣ୍ଡାଙ୍କ ସହିତ ଯୋଗାଯୋଗ କରିପାରିବେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *