ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତାର ଫଳାଫଳ, ସ୍ଥାନ ଅଧିକାର କଲେ ସୁନିତା, ସରସ୍ୱତୀ ଓ ସୁସ୍ମିତା

Spread the love

ଖଇରା, (ନାଗରାଜ ନ୍ୟୁଜ ): ଗତ ୧ ତାରିଖରେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ଫେସବୁକ୍ ଦ୍ୱାରା ଅନୁଷ୍ଠିତ ଚଳିତ ବର୍ଷର ପ୍ରଥମ ଫଟୋ ପ୍ରତିଯୋଗିତାର ଫଳାଫଳ ଆଜି ପ୍ରକାଶ ପାଇଛି । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅର୍ଚ୍ଚନା ପାତ୍ର, ସରସ୍ୱତୀ ପଣ୍ଡା, ସୁସ୍ମିତା ମହାପାତ୍ର, ରଞ୍ଜିତା ସାହୁ, ରୀତାଞ୍ଜଳି ଡାକୁଆ, ଉର୍ମିଳା ମହାପାତ୍ର, ବାସନ୍ତୀ ଲତା ଜେନା, ଯାଜ୍ଞସେନୀ ପଣ୍ଡା, ସୁନିତା ପରିଡା, ଉମା ପଟନାୟକ, ରୂପାଲି ପଟନାୟକ, ଶ୍ରୀନିବାସ ଜେନା, ସରୋଜ କୁମାର ବେହେରା, ଶଙ୍କର ବିଶ୍ବାଳ, ସୁପ୍ରଭାତ ନାୟକ, ଅରୁଣ କୁମାର ମହାପାତ୍ର, ଦେବେନ୍ଦ୍ର ନାୟକ ଓ ରଞ୍ଜନ କୁମାର ନାୟକଙ୍କ ସମେତ ମୋଟ ୧୮ ଜଣ ଅଂଶ ଗ୍ରହଣ କରିଥିଲେ ।

ଅନୁଷ୍ଠାନର ମୁଖ୍ୟ ସମୀକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କ ସମୀକ୍ଷାରୁ ସୁନିତା ପରିଡ଼ା ବାଲେଶ୍ଵରରୁ ପ୍ରଥମ ସ୍ଥାନ, ସରସ୍ୱତୀ ପଣ୍ଡା ଯାଜପୁରରୁ ଦ୍ବିତୀୟ ସ୍ଥାନ ଏବଂ ସୁସ୍ମିତା ମହାପାତ୍ର ସୁନ୍ଦରଗଡରୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ନୂତନ ବର୍ଷର ପ୍ରଥମ ଫଟୋ ପ୍ରତିଯୋଗିତାର ଫଳାଫଳ ମୁଖ୍ୟ ସମୀକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କ ଦ୍ବାରା ହୋଇଥିବାରୁ ଅନୁଷ୍ଠାନ ତଥା ପ୍ରତିଯୋଗୀମାନଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଛି । ଉକ୍ତ ଫଳାଫଳରେ ମୁଗ୍ଧହୋଇ ସାହିତ୍ୟ ତଥା ମୋ ଅନୁଷ୍ଠାନର ପ୍ରତ୍ୟେକଟି କାର୍ଯ୍ୟକ୍ରମକୁ ଭଲପାଉଥିବା ଦୈନିକ ସମାଜ ଖବରକାଗଜର ଖଇରା ବ୍ଲକ ପ୍ରତିନିଧି ଏବଂ କଳିଙ୍ଗ ଟିଭିର ସୋର ପ୍ରତିନିଧି କୈଳାସ ଚନ୍ଦ୍ର ଦାସ ସୁନିତା ପରିଡା ଏବଂ ସରସ୍ୱତୀ ପଣ୍ଡାଙ୍କୁ ୧ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *