ଆରମ୍ଭ ହୋଇଗଲା ଋଷ-ୟୁକ୍ରେନ ଯୁଦ୍ଧ

Spread the love

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ୟୁକ୍ରେନ ଉପରେ ଯୁଦ୍ଧ ଘୋଷଣା କରିଦେଲା ଋଷ । ଋଷର ସୈନ୍ୟମାନେ ୟୁକ୍ରେନ ଭିତରେ ପଶି ଆକ୍ରମଣ ଆରମ୍ଭ କରିଦେଇଛନ୍ତି । କିଭ୍ ରେ ପ୍ରଚଣ୍ଡ ବିସ୍ଫୋରଣ । ଏଥିସହ ୟୁକ୍ରେନକୁ ଋଷ ପଟୁ ଘେରାବନ୍ଦୀ କରିଥିଲା । ଏସବୁ ଭିତରେ ପୁଟିନ ମିଲାଟାରୀ ଅପରେସନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସେ ୟୁକ୍ରେନକୁ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିବାକୁ ପରାମର୍ଶ ଦେଇଛନ୍ତି । ୟୁକ୍ରେନ ମଧ୍ୟ ଋଷ ଆଡୁଥିବା ବିପଦନୁ ଦୃଷ୍ଟିରେ ରଖି ନିଜ ଦେଶରେ ୩୦ ଦିନ ପାଇଁ ଜାତୀୟ ଜରୁରୀ ପରିସ୍ଥିତି ଲାଗୁ କରିଛି । ଦୁଇ ଦିନ ତଳେ ପୁଟିନ ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଞ୍ଚଳକୁ ସ୍ୱତନ୍ତ୍ର ସ୍ଥାନର ମାନ୍ୟତା ଦେଇଥିଲେ। ଏହାକୁ ନେଇ ତୀବ୍ର ତିକ୍ତତା ଦେଖିବାକୁ ମିଳିଛି। ୟୁକ୍ରେନ ମଧ୍ୟ ରୁଷ ଆଡ଼ୁ ଥିବା ବିପଦରୁ ଦୃଷ୍ଟିରେ ରଖି ନିଜ ଦେଶରେ ୩୦ ଦିନ ପାଇଁ ଜାତୀୟ ଜରୁରୀ ପରିସ୍ଥିତି ଲାଗୁ କରିଛି । ପୁଟିନଙ୍କ ଏପରି ଆକ୍ରମଣାତ୍ମକ ଆଭିମୁଖ୍ୟ ସତ୍ତ୍ୱେ ମିଳିତ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ କରିଛନ୍ତି ।

Leave a Reply

Your email address will not be published. Required fields are marked *