ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ସମେଟିଭ ୨ ପରୀକ୍ଷା

Spread the love

କଟକ, (ନାଗରାଜ ନ୍ୟୁଜ): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ସମେଟିଭ 2 ପରୀକ୍ଷା ଆସନ୍ତା 29 ତାରିଖ ରୁ ଆରମ୍ଭ ହେବ। ଏଥି ନିମନ୍ତେ ରାଜ୍ୟରେ ମୋଟ 5 ଲକ୍ଷ 85ହଜାର 730 ଜଣ ଛାତ୍ର ଛାତ୍ରୀ ନାମ ପଞ୍ଜିକରଣ କରିଛନ୍ତି 3540ଟି ପରୀକ୍ଷା କେନ୍ଦ୍ର ରେ ପରୀକ୍ଷା ହେବ। ସେଥି ମଧ୍ୟରୁ 3200ଟି ନିଜସ୍ଵ ପରୀକ୍ଷା କେନ୍ଦ୍ରରେ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ। ପ୍ରଶ୍ନ ପତ୍ର ଗଚ୍ଛିତ ରଖିବା ପାଇଁ 315 ଟି ନୋଡାଲ ସେଣ୍ଟର୍ କରାଯାଇଛି । ସେଥି ମଧ୍ୟରୁ କନ୍ଧମାଳରେ 21 ଟି,କୋରାପୁଟ ରେ 5 ଟି, ମାଲକାନଗିରି ରେ 9ଟି ନୋଡାଲ ସେଣ୍ଟର ପୋଲିସ ଷ୍ଟେସନରେ କରାଯାଇଛି।ପରୀକ୍ଷା ନିମନ୍ତେ ଚାରି ସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଛି। ପରୀକ୍ଷା ସୁପରିଚାଳନା ନିମନ୍ତେ 65ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏବଂ ବୋର୍ଡ ପକ୍ଷରୁ 38ଟି ସ୍କୁଆର୍ଡ ଗଠିତ ହୋଇଛି। ସରକାରଙ୍କର କୋଭିଡ ନିୟମ ଅନୁଯାୟୀ ପରୀକ୍ଷା ପରିଚାଳନା କରାଯିବ। ତାପ ମାତ୍ରା ଅତ୍ୟଧିକ ବୃଦ୍ଧି ପାଉଥିବାରୁ ସେଣ୍ଟର୍ ମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ କୁହା ଯାଇଥିବା ଉପ ସଭାପତି ଡ଼ ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଦ୍ଵିତୀୟ ଶିଟିଂ ରେ ହେବାକୁ ଥିବା ମାଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାକୁ ସକାଳ ଆଠଟାରୁ ଆରମ୍ଭ ହେବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀର ପରିଷଦ ର ସଭାପତି ରାମାସିସ ହାଜରା, ସମ୍ପାଦକ ଶ୍ରୀକାନ୍ତ ତରାଇ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *