ନନ୍ଦନକାନନ ବ୍ୟବସାୟୀଙ୍କ ପାଇଁ ପ୍ରଶାସନ ହେଲା କାଳ,ଭାଙ୍ଗିଲା ଦୋକାନ

Spread the love

ଭୁବନେଶ୍ବର: କରୋନା‌ ମହାମାରୀ ପରେ ନନ୍ଦନକାନନ ଛକର ବ୍ୟବସାୟୀମାନଙ୍କ ପାଇଁ କାଳ ହୋଇ ଉଭାହେଲେ ବିଡିଏ ପ୍ରଶାସନ। ଜେସିବି ମେସିନ ଲଗାଇ ନନ୍ଦନକାନନ ପ୍ରବେଶ ଫାଟକ ଆଗର ଦୁଇ ପାର୍ଶ୍ବ ଓ ମୁଖ୍ୟ ରାସ୍ତା ଦକ୍ଷିଣ ପାର୍ଶ୍ବର ନନ୍ଦନକାନନ ସ୍କୁଲ ପର୍ଯ୍ୟନ୍ତ ପ୍ରାୟ ୬୦ ଦୋକାନକୁ ଭାଙ୍ଗି ଦେଇଛି। ଫଳରେ ସର୍ବଶାନ୍ତ ହୋଇଛନ୍ତି ବ୍ୟବସାୟୀମାନେ। କରୋନା ମହାମାରି କଟକଣା ପାଇଁ ସାତ ମାସ କାଳ ଦୋକାନ ବନ୍ଦ ରଖିବା ଫଳରେ ଆର୍ଥିକ ଅବସ୍ଥା ଦୋହଲି ଯାଇଥିଲା। ଗତ ଅକ୍ଟୋବର ୪ ତାରିଖରେ ନନ୍ଦନକାନନ ଖୋଲିବାରୁ  ସେମାନଙ୍କ ପରିବାରର ଆର୍ଥିକ ଶଙ୍କଟ ଦୂର କରିବା ଆଶାରେ ବ୍ୟବସାୟ ଆରମ୍ଭ କରିଥିଲେ।  ମାସେ ହେବ ଦୋକାନ କରି ଅଣ୍ଟା ସଳଖିବା ବେଳକୁ କାଳ ହେଲେ ବିଡିଏ କର୍ତ୍ତୁପକ୍ଷ। ଏକ ପ୍ଲାଟୁନ୍ ଫୋର୍ସ ଓ ଏକ ସ୍କେସନ୍ ମହିଳ ପୁଲିସ ଠିଆକରି ଦୋକାନ ସବୁ ଜେସିବି ମେସିନ ଲଗାଇ ଭାଙ୍ଗି ଦେଲେ। ୧୯୬୦ ମସିହାରୁ ନନ୍ଦନକାନନ ପ୍ରତିଷ୍ଠା ହେବା କାଳରୁ ଏଠାରେ ଦୋକାନ କରିଆସୁଥିଲେ ବ୍ୟବସାୟୀମାନେ। ୬୦ ବର୍ଷ ପରେ ଭାଙ୍ଗି ଦେଲା ବିଡିଏ। ଉଜୁଡି ଗଲା ରୋଜଗାର, ଧୂଳିସାତ ହେଲା ଏବେ ସେମାନଙ୍କ ଅର୍ଥିକ ଅବସ୍ଥା ସୁଧୁରିବାର ସ୍ବପ୍ନ। ସରକାର ଏହି ବ୍ୟବସାୟୀ ମାନଙ୍କୁ ଥଇଥାନ କରିବା ସହ ବୃତ୍ତି ଫେରି ପାଇବାଇଁ  ଦୋକାନ ଗୃହ ଯୋଗାଇ ଦେବାକୁ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *