ରାଜ୍ୟ ବିଜେପି ପକ୍ଷରୁ ଆଜିଠାରୁ ବିଦ୍ୟୁତ ସମସ୍ୟା ନେଇ ବିକ୍ଷୋଭ ପଦର୍ଶନ

Spread the love

ଭୂବନେଶ୍ବର: ରାଜ୍ୟ ବିଜେପି ଆଜିଠାରୁ ରାଜ୍ୟର ସମସ୍ତ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥାର କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ପ୍ରତିବାଦ କରିବ । ଏନେଇ ସୂଚନା ଦେଇଛି ବିଜେପି । ରାଜ୍ୟ ସରକାରଙ୍କ ବିଦ୍ୟୁତ୍ ବିଭାଗ ଫେଲ ମାରିଥିବାର କହିଛି ରାଜ୍ୟ ବିଜେପି । ରାଜ୍ୟ ବିଜେପିର କହିବା ଅନୁଯାୟୀ ବିଦ୍ୟୁତ୍ ଭଳି ଗୁରୁତ୍ୱପୁର୍ଣ୍ଣ ବିଭାଗକୁ ରାଜ୍ୟ ସରକାର ଘରୋଇ କମ୍ପାନୀକୁ ବିକ୍ର କରିଦେଇଥିବା ବେଳେ ଅଘୋଷିତ ବିଜୁଳିକାଟ ସମସ୍ୟା ରାଜ୍ୟବାସୀଙ୍କୁ ଭୋଗିବାକୁ ପଡୁଛି।

ରାଜ୍ୟରେ ନିଅଣ୍ଟିଅ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ସମୟରେ ଗରମ ଅତିଶୟ ହୋଇପଡୁଥିବା ବେଳେ ଅଘୋଷିତ ବିଦ୍ୟୁତ୍ କାଟ କୃଷିକ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରୁଛି । ଏହା ସହିତ ଲଗାତାର ଭାବରେ ରାଜ୍ୟ ବାତ୍ୟା ଭଳି ବିପର୍ଯ୍ୟୟର ସାମ୍ନା କରୁଥିବା ବେଳେ ଭିତ୍ତୀଭୁମି ସଜାଡିବା କ୍ଷେତ୍ରରେ ରାଜ୍ୟ ସରକାର କି ପଦକ୍ଷେପ ସବୁ ଗ୍ରହଣ କରିଛନ୍ତି ସେଗୁଡିକର ସ୍ୱେତପତ୍ର ମଧ୍ୟ ଦାବି କରିଛି ବିଜେପି।

Leave a Reply

Your email address will not be published. Required fields are marked *