କରୋନାରେ ମୃତ ସାମ୍ବାଦିକଙ୍କ ପରିବାର ପ୍ରତି ୨.୫୫ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର

Spread the love

ଭୂବନେଶ୍ବର: ସାମ୍ବାଦିକ ମାନଙ୍କୁ ପୂର୍ବରୁ ହି ରାଜ୍ୟ ସରକାର କରୋନା ଯୋଦ୍ଧାର ଆଖ୍ୟା ଦେଇଥିଲେ । ଏବେ କରୋନାରେ ମୃତ୍ୟୁବରଣ କରିଥିବା ୧୭ ଜଣ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାର ୨.୫୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ସହାୟତା ବାବଦକୁ ପ୍ରତ୍ୟେକ ୧୫ ଲକ୍ଷ ପାଇବେ । ରାଜ୍ୟର ସୂଚନା ଓ ଲୋକସମ୍ପର୍କ ବିଭାଗ ଅନୁଯାୟୀ, ଏହି ପରିମାଣ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ମଞ୍ଜୁରି ହୋଇଛି। ଏକ ବିବୃତ୍ତିରେ କୁହାଯାଇଛିଯେ, ବିଭାଗ ଦ୍ୱାରା ବହୁତ କମ୍ ମାମଲା ହସ୍ତଗତ ହୋଇଥିଲା । ଯାହା ଯାଞ୍ଚ ପରେ ବଣ୍ଟନ କରାଯିବ। ଜିଲ୍ଲା ସ୍ତରରେ ଆବଶ୍ୟକ ଅନୁସନ୍ଧାନ ପରେ ଏହି ଅର୍ଥିକ ସହାୟତା ବଣ୍ଟନ ପାଇଁ ଯୋଗ୍ୟ ଆବେଦନ ଉପରେ ବିଚାର କରାଯିବ। 

ତେବେ କରୋନା ସମୟରେ ଲୋକମାନଙ୍କ ପାଖରେ ଖବର ପହଁଞ୍ଚାଇବା ସମୟରେ ଭୁବନେଶ୍ୱରରୁ ଚାରିଜଣ ସାମ୍ବାଦିକ, ଗଞ୍ଜାମର ସାତଜଣ, ଯାଜପୁରର ଦୁଇଜଣ, ବଲାଙ୍ଗୀରର ତିନିଜଣ ଏବଂ କାଲାହାଣ୍ଡିର ଜଣେ ସାମ୍ବାଦିକ କରୋନାଭାଇରସ୍ କାରଣରୁ ମୃତ୍ୟୁ ବରଣ କରିଛନ୍ତି ଏବଂ ସେମାନଙ୍କ ପରିବାର ଏହି ସହାୟତା ପାଇବେ ।

Leave a Reply

Your email address will not be published. Required fields are marked *