ରାଜ୍ୟରେ ହ୍ରାସ‌ ପାଉଛି‌ କରୋନା ପ୍ରଭାବ, ଗତ ୨୪ଘଣ୍ଟାରେ ୧୦୯୬ ସଂକ୍ରମିତ ଚିହ୍ନଟ

Spread the love

ଭୁବନେଶର: ରାଜ୍ୟରେ କମିବାରେ ଲାଗିଛି କରୋନା ପ୍ରଭାବ । ଗତ ୨୪ ଘଣ୍ଟା ଯଧ୍ୟରେ ରାଜ୍ୟରେ ୧୦୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୩୭ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୫୯ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୫ ହଜାର ୮୨୭ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୩୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୨ ଜଣ, ନୟାଗଡ଼ରୁ ୨୯ ଜଣ, ଭଦ୍ରକରୁ ୨୧ ଜଣ, ସୁନ୍ଦରଗଡ଼ରୁ ୨୦ ଜଣ, କନ୍ଧମାଳରୁ ୧୭ ଜଣ, କେନ୍ଦୁଝରରୁ ୧୩ ଜଣ, ବରଗଡ଼ରୁ ୧୧ ଜଣ, ଢ଼େଙ୍କାନାଳରୁ ୯ ଜଣ, ସମ୍ବଲପୁରରୁ ୮ ଜଣ, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାରୁ ୭ ଜଣ ଲେଖାଏଁ, ରାୟଗଡ଼ାରୁ ୬ ଜଣ, ଗଞ୍ଜାମର ଓ ଝାରସୁଗୁଡ଼ା ଜିଲ୍ଲାରୁ ୫ ଜଣ ଲେଖାଏଁ, ଗଜପତି ଓ ମଲକାନଗିରି ଜିଲ୍ଲାରୁ ୪ ଜଣ ଲେଖାଏଁ, ବାଲେଶ୍ବରରୁ ୭୭ ଜଣ, ଯାଜପୁରରୁ ୬୮ ଜଣ, ଜଗତସିଂହପୁରରୁ ୫୮ ଜଣ, ପୁରୀରୁ ୪୮ ଜଣ, ଅନୁଗୁଳରୁ ୪୦ ଜଣ, କେନ୍ଦ୍ରାପଡ଼ାରୁ ୩୬ ଜଣ, ମୟୂରଭଞ୍ଜରୁ ୩୨ ଜଣ, କଳାହାଣ୍ଡିରୁ ୩ ଜଣ, ନୂଆପଡ଼ା ଓ ସୋନପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ଦେବଗଡ଼ରୁ ଜଣେ ଓ ଷ୍ଟେଟ୍ ପୋଲ୍‌ରୁ ୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *