ରାଜ୍ୟରେ ସାମାନ୍ୟ ଉପରମୁହାଁ ରହିଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୭୧ ଆକ୍ରାନ୍ତ ଚିହ୍ନଟ

Spread the love

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ରାଜ୍ୟରେ ସାମାନ୍ୟ ଉପରମୁହାଁ ରହିଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୭୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୧୮ ବର୍ଷ ବୟସର ୧୧୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୪୪୮ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୩୨୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୪ ହଜାର ୩୩୮ ଜଣକୁ ବୃଦ୍ଧି ପାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ୩୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୭୧ ଜଣ, ମୟୂରଭଞ୍ଜରୁ ୧୯ ଜଣ, ସମ୍ବଲପୁରରୁ ୧୭ ଜଣ, ଅନୁଗୁଳରୁ ୧୬ ଜଣ, ଭଦ୍ରକରୁ ୧୫ ଜଣ, କେନ୍ଦ୍ରାପଡ଼ାରୁ ୧୪ ଜଣ, ସୁନ୍ଦରଗଡ଼ରୁ ୧୩ ଜଣ, ଢ଼େଙ୍କାନାଳରୁ ୧୨ ଜଣ, କୋରାପୁଟ, ନୟାଗଡ଼ ଓ ରାୟଗଡ଼ା ଜିଲ୍ଳାରୁ ୧୧ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୯ ଜଣ, ବାଲେଶ୍ୱରରୁ ୪୧ ଜଣ, ଯାଜପୁରରୁ ୩୪ ଜଣ, ଜଗତସିଂହପୁରରୁ ୨୬ ଜଣ, ପୁରୀରୁ ୨୧ ଜଣ, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରୁ ୫ ଜଣ ଲେଖାଏଁ, ଗଞ୍ଜାମରୁ ୪ ଜଣ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲରୁ ୩ ଜଣ ଲେଖାଏଁ, ବଲାଙ୍ଗୀରରୁ ୨ ଜଣ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେ୍ଟ୍ ପୋଲ୍ରୁ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *