ଆନ୍ତର୍ଜାତୀୟ ସ୍ତରରେ ବୁଦ୍ଧିଷ୍ଟ ତାଏକୋଣ୍ଡୋ ଏକାଡେମୀର ସଫଳତା

Spread the love

ପୁରୀ,(ନାଗରାଜ ନ୍ୟୁଜ): ପ୍ରଥମ ଗ୍ଲୋବାଲ୍‌ ଭର୍ଚୁଆଲ୍‌ ଅନ୍ତର୍ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଗତ ତା – ୨୨.୧୨.୨୧ ରୁ ୨୯.୧୨.୨୧ ମଧ୍ୟରେ ଅନ ଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ସେଥିରେ ପୁରୀ ଜିଲ୍ଲାକୁ ଅନେକ ସଫଳତା ମିଳିଛି ।ଏହି ପ୍ରତିଯୋଗୀତା ଓଡ଼ିଶା ତାଇକୋଣ୍ଡୋ ସଂଘ (ପୁରୀ) ଏବଂ ଭାରତ ଥାଇଲାଣ୍ଡ ସ୍ଥିତ ହିରୋସ୍ ତାଇକୋଣ୍ଡୋ ସଂଗଠନ ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତା ରେ ଭାଗ ନେଇଥିବା ପୁରୀ ଜିଲ୍ଲା ସ୍ଥିତ ବୁଦ୍ଧିଷ୍ଟ୍ ତାଏକୋଣ୍ଡୋ ଏକାଡେମୀ ରୁ ୧୦୮ ଜଣ ପ୍ରଶିକ୍ଷାର୍ଥୀ ଭାଗନେଇଥିଲେ। ଏବଂ ସେଥିମଧ୍ୟରୁ ୩୫ ଜଣ ପ୍ରଶିକ୍ଷାର୍ଥୀ ସୂର୍ଣ୍ଣ ଜିତିଥିବା ବେଳେ ୩୭ ଜଣ ପ୍ରଶିକ୍ଷାର୍ଥୀ ରୋପ୍ୟ ଏବଂ ୩୬ ଜଣ ପ୍ରଶିକ୍ଷାର୍ଥୀ କାଂସ୍ୟ ପଦକ ହାସଲ କରିଛନ୍ତି । ଏହି ପଦକ ଗୁଡ଼ିକ ଆଜି ଓଡ଼ିଶା ଟାଏକୋଣ୍ଡୋ ସଂଘ ର କୋଷାଧ୍ୟକ୍ଷ ଶ୍ରୀ ବ୍ୟୋମକେଶ ଅଭିଲାସ ପ୍ରସାଦ ଓ ପୁରୀ ଟାଏକୋଣ୍ଡୋ ସଂଘ ର ସମ୍ପାଦକ ଶ୍ରୀ ଧବଳେସ୍ ମହାପାତ୍ର ଙ୍କ ଦ୍ଵାରା ବିତରଣ ହୋଇଛି ବୋଲି ଏକାଡେମୀ ର ମୁଖ୍ୟ କୋଚ୍ ବିଶ୍ଵନାଥ ନାୟକ ଜଣେଇଛନ୍ତି।

ଏଥିରେ ଆମେରିକା , ଗ୍ରୀସ୍ , ଆର୍ଜେଣ୍ଟିନା , କାଜାକିସ୍ଥାନ , ସ୍ନୋଭାକିଆ , ବାହାରିନ୍‌ , ଥାଇଲାଣ୍ଡ , ସିଙ୍ଗାପୁର , ହଂକଂ , ମାଲେସିଆ , ଫିଲିପାଇନ୍ସ , ଇଣ୍ଡୋରନେସିଆ , ଓ ଭାରତ ଭଳି ୧୪ଟି ଦେଶର ମୋଟ ୯୯୬ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।ଏହା ଗତ ଡିସେମ୍ବର ମାସ ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଭାଗ ନେଇଥିବା, ସମସ୍ତ ପ୍ରତିଯୋଗୀଙ୍କୁ ସଫଳତାକୁ ନେଇ , ଓଡ଼ିଶା ତାଏକୋଣ୍ଡୋ ସଂଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ କୃତୀ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତା ସହ ବିଭିନ୍ନ ସମୟରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବୁଦ୍ଧିଷ୍ଟ୍ ତାଏକୋଣ୍ଡୋ ର ଛାତ୍ରଛାତ୍ରୀ ମାନେ ସଫଳତା ହାସଲ କରୁଛନ୍ତି ।ସରକାର ଙ୍କୁ ଧନ୍ୟବାଦ ଦେବା ସହ, ତାଇକୋଣ୍ଡୋ କ୍ରୀଡା ପ୍ରତି ଅଧିକ ଆକ୍ଷେପ ଦିଆଗଲେ ପୁରୀ ଜିଲ୍ଲାର ତଥା ରାଜ୍ୟ ର ସୁନାମ ବଡ଼ିପାରିବ ବୋଲି ସାଧାରଣ ସମ୍ପାଦକ ଶ୍ରୀ ମନମୋହନ ଭଞ୍ଜ ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *