ଭାରତ ବିକାଶ ପରିଷଦ ଚନ୍ଦ୍ରଶେଖରପୁର ଶାଖାର ଶପଥ ଗ୍ରହଣ ଉତ୍ସବ

Spread the love

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ତା-୧୪.୦୪.୨୦୨୨ ସନ୍ଧ୍ୟା ୬.୩୦ ମିନିଟ ସମୟରେ ଭାରତ ବିକାଶ ପରିଷଦ ଚନ୍ଦ୍ରଶେଖରପୁର ଶାଖାର ନବନିର୍ବାଚିତ ପଦାଧିକାରୀ ମାନଙ୍କର ଶପଥଗ୍ରହଣ ଉତ୍ସବ ସ୍ଥାନୀୟ ବିଡିଏ କଲୋନୀ ସ୍ଥିତ ଓଡିଏମ୍ ସ୍କୁଲ ପରିସରରେ ଶାଖା ଅଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ନାୟକ ଙ୍କ ଅଧ୍ୟକ୍ଷ ତାରେ ସମାରୋହ ସହକାରେ ଅନୁଷ୍ଠିତ ହୋଇଯାଇଛି । ଭାରତ ମାତା ଏବଂ ସ୍ଵାମୀ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ବକ ଦୀପ ପ୍ରଜ୍ବଳନ କରାଯିବା ପରେ ଉପସ୍ଥିତ ସମସ୍ତେ ସମବେତ ଭାବେ ବନ୍ଦେ ମାତରଂ ଗାନ କରିଥିଲେ । ଶାଖା ଅଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ନାୟକଙ୍କ ସ୍ଵାଗତ ଭାଷଣ ପରେ ବରିଷ୍ଠ ସଦସ୍ୟ ପ୍ରଫେସର ଡ ଧନୁଷ୍ ଧାରୀ ମିଶ୍ର ମୁଖ୍ୟ ବକ୍ତା ଭାବେ ଭାରତ ବିକାଶ ପରିଷଦର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରି ଏହାର କାର୍ଯ୍ୟକ୍ରମର ବ୍ୟାପକ ବିସ୍ତାର ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଓଡ଼ିଶା ପ୍ରାନ୍ତର ମହାସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାରଣା ଶାଖା ପଦାଧିକାରୀ ଏବଂ ନୂତନ ଭାବେ ଯୋଗଦେଇଥିବା ୪ଜଣ ସଦସ୍ୟ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ପରେ ପରେ ନବନିର୍ବାଚିତ ଶାଖା ଅଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ନାୟକ ପୂର୍ବ ବର୍ଷ ଭଳି ଶାଖା କାର୍ଯ୍ୟ କ୍ରମରେ ସହଯୋଗ କରିବାକୁ ଉପସ୍ଥିତ ସମସ୍ତଙ୍କୁ ନିବେଦନ କରିଥିଲେ । ଶାଖା ଉପାଧ୍ୟକ୍ଷ ଶ୍ରୀ ମୂରଲୀଧର ଦାସ ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବଟିକୁ ନିଖୁଣ ଭାବରେ ସଂଯୋଜନା ଓ ପରିଚାଳନା କରିଥିଲେ ଡ. ମନୋରଞ୍ଜନ ଦାସ। ଜାତୀୟ ସଂଗୀତ ସମୂହ ଗାନ ପରେ ଉତ୍ସବର ପ୍ରଥମ ପର୍ଯ୍ୟାୟ ଶେଷ ହୋଇ ଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ଚଳିତ ବର୍ଷ ପାଇଁ ପାଞ୍ଜି ପାଠ କରିଥିଲେ ଡ. ମନୋରଞ୍ଜନ ଦାସ। ପରେ ପରେ ଶାଖା ର ସଦସ୍ୟା ଶ୍ରୀମତୀ ବିନୋଦିନୀ ପାତ୍ର, ଶ୍ରୀ ମତୀ ନିନାଦିନୀ ମହାନ୍ତି, ଶ୍ରୀମତୀ ବିଜୟ ଲକ୍ଷ୍ମୀ ବଳ, ଶ୍ରୀମତୀ ପୁଷ୍ପାଞ୍ଜଳି ମହାରଣା, ଶ୍ରୀମତୀ ସୁଲେଖା ମିଶ୍ର ଓ ସଦସ୍ୟ ଶ୍ରୀ ଅଶୋକ କୁମାର ବଳ ପ୍ରମୁଖ ଓଡ଼ିଆ ଭଜନ ଗାଇଥିଲେ ।ଭୁବନେଶ୍ୱରର ଅନ୍ୟ ଶାଖା ର ସଦସ୍ୟ ମାନେ ଏହି ଉତ୍ସବରେ ଯୋଗଦେଇ ଏହାର ମହତ୍ତ୍ଵ ବୃଦ୍ଧି କରିଥିଲେ । ଉତ୍ସବର ପ୍ରାରମ୍ଭରେ ସମସ୍ତ ଙ୍କୁ ସୁସ୍ୱାଦୁ ବେଲପଣା ଦିଆଯାଇ ସ୍ଵାଗତ କରାଯାଇଥିବା ବେଳେ ଉତ୍ସବ ଶେଷରେ ଉତ୍ତମ ରାତ୍ରୀ ଭୋଜନରେ ଆପ୍ୟାୟିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *