ଦୁର୍ବୁତ୍ତଙ୍କ ଟାର୍ଗେଟରେ ଏବେ ପୁରୀ ଜିଲ୍ଲାର ପୁରାତନ ମନ୍ଦିର

Spread the love

ପୁରୀ, (ନାଗରାଜ ନ୍ୟୁଜ): ଦୁର୍ବୁତ୍ତଙ୍କ ଟାର୍ଗେଟରେ ଏବେ ପୁରୀ ଜିଲ୍ଲାର ପୁରାତନ ମନ୍ଦିର । ମନ୍ଦିର ରେ ଥିବା ଅଷ୍ଟ ଧାତୁ ମୂର୍ତି କୁ ଲୁଟ କରିବାରେ ଲାଗିଛନ୍ତି ଦୁର୍ବୁତ୍ତ। ଗତକାଲି କଣାସ ବକୁ ପଞ୍ଚାୟତ ଇସ୍ହାନେଶ୍ବର ମନ୍ଦିର ରୁ ମୂର୍ତ୍ତି ଚୋରୀ କରିଛନ୍ତି ଦୁର୍ବୁତ୍ତ। ଗତକାଲି ବିଳମ୍ବିତ ରାତିରେ ମନ୍ଦିର କବାଟ ଭାଙ୍ଗି ରାଧା କିଷ୍ନ ,ଶିବ ଓ ଦୁର୍ଗା ମୂର୍ତ୍ତି ଚୋରି କରି ନେଇଛନ୍ତି ଦୁର୍ବୁତ୍ତ । ତେବେ ଏହି ଘଟଣା କୁ ପୁର ପୋଲିସ ବେଶ ଗୁରୁତର ସହ ନେଇ ଥିବା ପୁରୀ ଏସପି କହିଛନ୍ତି । ଘଟଣା ର ତଦନ୍ତ ଚାଲିଥିବା ବେଳେ ଜଣକୁ ଅଟକ ରଖି ପୋଲିସ ପଚରା ଉଚରା କରୁଚି ପୋଲିସ । ଏହା ପଛରେ ଏକ ଗ୍ୟାଙ୍ଗ କାମ କରୁଥିବା ବେଳେ ମୂର୍ତି ଚୋର ଗ୍ୟାଙ୍ଗ କୁ ଧରିବା ପାଇଁ ପୁରୀ ପୋଲିସ ପକ୍ଷରୁ ୨ଟି ସ୍ୱତନ୍ତ୍ର ଟିମ କାମ କରୁଚି। ତେବେ ଏହି ଘଟଣା ପରେ ଜିଲ୍ଲା ମନ୍ଦିର କମିଟି ସହିତ ପୋଲିସ ଆଲୋଚନା କରି ମନ୍ଦିର ଗୁଡିକ ରେ ସିସିଟିଭି ଲଗାଇବା ନେଇ ବ୍ୟବସ୍ଥା କରିବାକୁ ଉଦ୍ୟମ କରାଯାଉ ଥିବା ପୁରୀ ଏସପି କହିଛନ୍ତି। ତେବେ ମନ୍ଦିର ରୁ ମୂର୍ତ୍ତି ଚୋରି ଘଟଣା ରେ ଅନେକ ସ୍ତାନୀୟ ଲୋକ ସମ୍ପୃକ୍ତ ଥିବା ସଂଦେହ କରାଯାଇଛି । ଅଷ୍ଟ ଧାତୁ ମୂର୍ତିର ଦାମ ବେଶ ଅଧିକ ଥିବା ରୁ କିଛି ଦୁର୍ବୁତ୍ତ ଲୁଟ କରୁଛନ୍ତି। ତେବେ ସ୍ତାନୀୟ ଜନସାଧାରଣ ଙ୍କ ସାହାଯ୍ୟ ଦ୍ୱାରା ପୋଲିସ ଚୋର ଙ୍କୁ ଧରିବାରେ ସଫଳ ହୋଇ ପାରିବ। ଯଦି କୌଣସି ଲୋକ ଦୁର୍ବୁତ୍ତ ଙ୍କ ବିଷୟ ରେ ଜଣିଥାନ୍ତି ପୋଲିସ କୁ ଜଣାଇଲେ ତାଙ୍କ ପରିଚୟ ଗୋପନ ରଖାଯିବା ସହ ଭଲ ଅର୍ଥ ରାଶି ପୁରସ୍କାର ଦିଆଯିବ ବୋଲି ପୁରୀ ଏସପି କହିଛନ୍ତି। ସେହିପରି ପୁରୀ ଜିଲ୍ଲାର ପଡୋଶୀ ଜିଲ୍ଲା ପୋଲିସ ସହିତ ମଧ୍ୟ ଯୋଗାଯୋଗ କରାଯାଇଛି । ଏଣୁ ମୂର୍ତି ଚୋର କୁ ଧରିବା ପାଇଁ ପୁରୀ ପୋଲିସ ବ୍ୟାପକ ପଦକ୍ଷେପ ନେଇଥିବା ପୁରୀ ଏସପି କହିଛନ୍ତି ।

ଗତକାଲି ମୂର୍ତ୍ତି ଚୋରୀ ଅଭିଯୋଗରେ ଗିରଫ ହୋଇ ଥିଲେ ଜଣେ ଦମ୍ପତି। ରାଜ୍ୟର ବିଭିନ୍ନ ଦେବାଳୟରୁ ଅଷ୍ଟଧାତୁ ମୂର୍ତ୍ତି ଚୋରୀ ଅଭିଯୋଗରେ ଦମ୍ପତି ଙ୍କୁ ଗିରଫ କରିଥିଲା ପୁରୀ ପୋଲିସ। ଗିରଫ ଅଭିଯୁକ୍ତ ନିମାପଡା ଥାନା ପାଟପୁର ଗ୍ରାମର ପ୍ରଫୁଲ ମିଶ୍ର ତାଙ୍କ ପତ୍ନୀ । ଚନ୍ଦନପୁର ଥାନା ପୋଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏମାନଙ୍କ ଠାରୁ ୧୦ ଟି ଅଷ୍ଟଧାତୁ ମୂର୍ତ୍ତି ଜବତ କରିଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ପୋଲିସ ଗିରଫ କରିବ ବୋଲି ପୁରୀ ଏସପି କହିଛନ୍ତି ।

Leave a Reply

Your email address will not be published. Required fields are marked *