ସୁନ୍ଦର ମୋ ଭାଷା ସାହିତ୍ୟର ଦଶମ ସ୍ଵନକ୍ଷତ୍ର ଦିବସ ଅନୁଷ୍ଟିତ

Spread the love

ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ସୁନ୍ଦର ମୋ ଭାଷା ସାହିତ୍ୟ(ଅନନ୍ୟା), ଜମ୍ଭରା, କେନ୍ଦୁଝରର ଦଶମ ସ୍ଵନକ୍ଷତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଦିବସର ପ୍ରଥମ ଅଧିବେଶନ ଅନୁଷ୍ଠାନର ମୁଖ୍ୟ ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଥିବାବେଳେ ମୁଖ୍ୟ ଅତିଥିଭାବେ ନାକଟି ଦେଉଳ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ତଥା ବିଶିଷ୍ଟ ଗାଳ୍ପିକ ଡ଼ଃ ମନୋଜ ପ୍ରଧାନଙ୍କ ଦ୍ୱାରା ଅନୁଷ୍ଠାନର ଜାତୀୟ ପତାକା ଉତ୍ତୋଳନ କରାଯାଇ ତାଙ୍କ ସାରଗର୍ଭକ ଉପାଦେୟ ବକ୍ତବ୍ୟକୁ ସ୍ୱାଗତ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ଡାଃ ପ୍ରଦୀପ୍ତ ସିଂହ, ଡ଼ଃ ନୀଳାଦ୍ରି ଜଗଦେବ, ଡ଼ଃ ମହେନ୍ଦ୍ର ପ୍ରସାଦ ଦାସ ଓ ଗଜନୀ ଚନ୍ଦ୍ରଶେଖର ଦିବସର ବୈଶିଷ୍ଟ୍ୟ ତଥା ଅନୁଷ୍ଠାନର ସ୍ଵନକ୍ଷତ୍ର ଦିଵସ ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଚଳିତ ବର୍ଷ କରୋନା ମହାମାରୀ ସହ ଲଢ଼ି ବିଜୟ ମୁକୁଟ ପିନ୍ଧିଥିବା ଅନନ୍ୟାର ଅନନ୍ୟ ୧୧ ଜଣ ପ୍ରତିଭା ଯଥା ନୃସିଂହାନନ୍ଦ ମହାପାତ୍ର, ସୌମ୍ୟଶ୍ରୀ ପାଣିଗ୍ରାହୀ, ତୃପ୍ତିରାଣୀ ପାତ୍ର, ଶକୁନ୍ତଳା ମିଶ୍ର, ସ୍ୱପ୍ନା ମହାନ୍ତି, ସାଧନା ପଣ୍ଡା, ସୁଦ୍ରୁମା ପଣ୍ଡା, ମନୋରମା ରାଉତରାୟ ଓ ପ୍ରଭଞ୍ଜନ ତ୍ରିପାଠୀ ପ୍ରମୁଖଙ୍କୁ ଅନନ୍ୟା କରୋନା ଯୋଦ୍ଧା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରତିନିଧି ଦ୍ୱାରା ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ, ପାଠ୍ୟୋପକରଣ ବଣ୍ଟନ, ମାସ୍କ ବଣ୍ଟନ, ନାପକୀନ ବଣ୍ଟନ, କମ୍ବଳ ଓ ଶାଢ଼ୀ ବଣ୍ଟନ ସହିତ ଅନଲାଇନ ପ୍ରତିଯୋଗୀତାର ବିଜୟୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା ।

ସକାଳ ୮ରୁ ରାତି ୮ ଯାଏଁ ଶୀର୍ଷକ ଅନନ୍ୟାରେ କବିତା ଲେଖିବା ପାଇଁ ଦିଆଯାଇ ଶେଷରେ ମୋଟ ୪୦ଟି କବିତା ସଂଗୃହିତ କରାଯାଇଥିଲା । ଅନୁଷ୍ଠାନର ସଭାପତି ନୃସିଂହ ଚରଣ ସେନାପତିଙ୍କ ସଭାପତିତ୍ୱରେ ୨ୟ ଅଧିବେଶନ ରାତ୍ର ୮ଘଟିକାରୁ ୧୧ ଘଟିକା ଯାଏ ଅନନ୍ୟା ୬୩ତମ ଅଡିଓ ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଦୀନେଶ ମଲ୍ଲିକ । ସମ୍ମାନିତ ଅତିଥିଭାବେ ଡ଼ଃ ମନୋଜ ପ୍ରଧାନ, ଡ଼ଃ କୃତିବାସ ନାୟକ, ଡ଼ଃ ଲକ୍ଷ୍ମଣ ସାହୁ,ଆଇ ଟି ଆଇ ଅଧ୍ୟକ୍ଷ ନୃସିଂହାନନ୍ଦ ମହାପାତ୍ର,ଅଧ୍ୟାପିକା ପୁଷ୍ପିତା ପହି ଯୋଗଦେଇ ଅନୁଷ୍ଠାନ ସମ୍ପର୍କିତ ତଥ୍ୟ ଓ ସ୍ବାଧୀନତା ଦିବସରେ ଆମର କର୍ତ୍ତବ୍ୟ ଆଦି ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଅନୁଷ୍ଠାନ ସମ୍ପାଦକ ନାରାୟଣ ଚନ୍ଦ୍ର ସେନାପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଆସରରେ କଟକର କୁନି ପ୍ରତିଭା ଅଙ୍କିତା ପ୍ରିୟଦର୍ଶିନୀ, ବଡ଼ବିଲର କୁନି ପ୍ରତିଭା ଅଙ୍କିତା ଦାଶ, ସମୀକ୍ଷା ମିଶ୍ର ଓ ଅଂଶୁମାନ ସ୍ୱାଇଁ ସହ ଅନ୍ୟୁନ ୪୦ଜଣ ରାଜ୍ୟ ଭିତର ଓ ବାହାର ପ୍ରତିଯୋଗୀ ସୁନ୍ଦର ସଂଗୀତ ଗାନ, କବିତାପଠନ କରି ମା ତାରିଣୀଙ୍କୁ ସମର୍ପିତ କରିଥିଲେ । ପ୍ରଭାତରେ ଅନନ୍ୟା ସେନାପତିଙ୍କ ଜାତୀୟ ସଂଗୀତ ଗାନ, ଆସରରେ ଆରାଧ୍ୟା ସେନାପତିଙ୍କ ସଂଯୋଜନା, ବୀଣା ସାହୁଙ୍କ ଦେଶବନ୍ଦନା ଗଭୀର ଆଲୋଡନ ସୃଷ୍ଟି କରିଥିଲା । ଉଭୟ ଅଧିବେଶନକୁ ସଂଚାଳକ ବିଷ୍ଣୁପ୍ରସାଦ ମିଶ୍ର, ପ୍ରଭଞ୍ଜନ ତ୍ରିପାଠୀ, ହାସ୍ୟମୟୀ ରାଜ, ବିନୋଦିନୀ ଦାଶ ପ୍ରମୁଖ ପରିଚାଳନା କରିଥିବାବେଳେ ନୂତନ କୁମାର ବେହେରା, ପ୍ରଫୁଲ୍ଲ କୁମାର ହୋତା, ଦେବାଶିଷ ସିଂହ ନୀରିକ୍ଷଣ କରିଥିଲେ ।

ବାଲେଶ୍ୱର ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, ହାଟଡିହୀ ସାମ୍ବାଦିକ ଗୋପାଳକୃଷ୍ଣ ରାଉତ ପ୍ରମୁଖ ପର୍ଯ୍ୟବେକ୍ଷଣ କରିଥିବାବେଳେ ଅଜିତ କୁମାର ତ୍ରିପାଠୀ ଅନୁଭୂତି ପ୍ରଦାନ କରିଥିଲେ । ସ୍ୱପ୍ନା ମହାନ୍ତି ପ୍ରୀତିବାର୍ତ୍ତା ଓ ହାସ୍ୟମୟୀ ରାଜ ଶାନ୍ତିପାଠ କରିଥିଲେ । ଏହି କାର୍ଯ୍ୟକୁ ସୁନ୍ଦର ମୋ ଭାଷା ସାହିତ୍ୟର ଫେସବୁକର ୪୪୪୦ ସଦସ୍ୟ, ହ୍ଵାଟ୍ସଆପର ୩୪୦ ସଦସ୍ୟ ସହ ଜମ୍ଭରା ଗ୍ରାମବାସୀ ଓ ଶୁଭେଚ୍ଛୁ ଭୁୟସୀ ପ୍ରଶଂସା କରିଥିଲେ । ଶେଷରେ ଅଶୋକ ପାଢ଼ୀଙ୍କ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

Leave a Reply

Your email address will not be published. Required fields are marked *