ତିନି ଦିନ ବ୍ୟାପି ପୁଷ୍ପ ପ୍ରଦର୍ଶନୀ ଆରମ୍ଭ

Spread the love

କଟକ,(ନାଗରାଜ ନ୍ୟୁଜ): ନାରାଜ ସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶାପକ୍ଷରୁ ଆଜି ଠାରୁ ବିଶ୍ୱ ବିଦ୍ୟାଳୟ ପରିସରରେ ତିନି ଦିନ ବ୍ୟାପି ପୁଷ୍ପ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଏହି ପ୍ରଦର୍ଶନୀରେ ଦୁଇ ବର୍ଗର ପୁଷ୍ପ ପ୍ରଦର୍ଶିତ କରାଯାଇଛି। ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ ମୂରଲୀଧର ଆନୁଷ୍ଠାନିକ ଭାବେ ଏହି ପୁଷ୍ପ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଫୁଲ ସହ ଫୁଲ କୁଣ୍ଡ ଏହି ପ୍ରଦର୍ଶନୀରେ ସ୍ଥାନ ପାଇଛି। ପୁଷ୍ପ ପ୍ରଦର୍ଶନୀରେ ଶ୍ରେଷ୍ଠ ବିଜେତାଙ୍କୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କୃତ କରାଯିବ । ଦେଶ ବିଦେଶର ଶହ ଶହ ଫୁଲ ଏହି ପ୍ରଦର୍ଶନୀରେ ଦେଖିବାକୁ ମିଳିଛି। ରାଜ୍ୟ ଉଦ୍ୟାନ କୃଷି ବିଭାଗ, ଏବଂ ସି ଏମ ସି ସଯୋଗ ରେ ଏହି ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଶୈଳବାଳା ମହିଳା କଲେଜ, ସିଡିଏ ଡି ଏ ଭି, ଜାଭିୟର ଭଳି 10 ରୁ ଉର୍ଦ୍ଧ୍ବ ସ୍କୁଲ ଓ କଲେଜ ର ଛାତ୍ର ଛାତ୍ରୀ ମାନେ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟ କ୍ରମ ରେ ସାଂସ୍କୃତିକ କାର୍ଯ୍ୟ କ୍ରମ ଏବଂ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଉଦ୍ଘାଟକ ମୁଖ୍ୟ ବିଚାର ପତି ଏସ ମୂରଲୀଧର ଏହାକୁ ଉଦ୍ଘାଟନ କରି ଉଚ୍ଚ ପ୍ରଶଂସା କରିଥିଲେ। ଆଇନ ବିଶ୍ବବିଦୟାଳୟ ର କୁଳପତି ପ୍ରଫେସର ବେଦ୍ କୁମାରୀ,କାର୍ଯ୍ୟ କ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆ ଇ ଏସ ସଞ୍ଜୟ ସିଂ, ଜିଲ୍ଲା ପାଳ ଭବାନୀ ଶଙ୍କର ଚଇନି, ପ୍ରଫେସର୍ ପି ତ୍ରିପାଠୀ ଡକ୍ଟର କୁନ୍ତ ରାଣୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *