ଉତ୍କଳ ଆଦିବାସୀ ୟୁଥ କ୍ଲବ ପକ୍ଷରୁ ଫୁଟବଲ ମ୍ୟାଚ ଅନୁଷ୍ଠିତ 

Spread the love

ଟିଟିଲାଗଡ଼, (ନାଗରାଜ ନ୍ୟୁଜ): ଖଲିଆଖମାର ଖେଳ ପଡିଆଠାରେ ପ୍ରଥମ ବର୍ଷ ଆଦିବାସୀ ୟୁଥ କ୍ଲବ ଦ୍ୱାରା ଆୟୋଜିତ ଚୂଡାନ୍ତ ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି ଖେଳରେ ଜି. କେ. ଏସ. ଦଳ ଏବଂ ଖଲିଆଖମାର ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ଜି. କେ. ଏସ. ଦଳ ଖଲିଆଖମାର ଦଳ ଠାରୁ ୨-୦ ଗୋଲରେ ବିଜୟ ଲାଭ କରିଥିଲେ । ଧନେଶ୍ୱର ଭୋଇ, ତାମେଶ୍ୱର ସାହୁ ଓ ଗୋପ ଯାନୀ ଖେଳ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗୀର ଜିଲ୍ଲା ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା ବିଜୟ ଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟନ ଅତିଥି ମାନଙ୍କ ମଧ୍ୟରେ ନଗର ସଭାପତି ନିତ୍ୟାନନ୍ଦ ମାଝୀ, ବ୍ଲକ ସମ୍ପାଦକ ସୁନୀଲ କୁମାର ମାଝୀ, ନାରୀ ନେତ୍ରୀ ମାହେଶ୍ୱରୀ ମାଝୀ, ଉପ ସଭାପତି ପ୍ରଫୁଲ୍ଲ ପ୍ରଧାନୀ, ଉପଦେଷ୍ଟା ହେମନ୍ତ ମାଝୀ, ଯୁବ ସମ୍ପାଦିକା ସରୋଜ ପୁଝାରୀ ପ୍ରଭୃତି ଉପସ୍ଥିତ ଥିଲେ । ଏହି ଖେଳରେ ଆଦିବାସୀ ୟୁଥ କ୍ଲବର ସଭାପତି କ୍ଷୀର ପ୍ରଧାନୀ, ଘନଶ୍ୟାମ ମାଝୀ, ଈଶ୍ୱର ମାଝୀ, ଉତ୍ତମ ମାଝୀ, ଚୁଡାମଣି ମାଝୀ, ଗୋପାଳ ମାଝୀ, ହୀରାଧର ମାଝୀ, ଭଲଭଦ୍ର ମାଝୀ, ନରୋତ୍ତମ ପ୍ରଧାନୀ ଏବଂ କିଷାନ ବାଗ ପ୍ରଭୃତି ଆୟୋଜନ ଓ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *