ଜନ୍ମିତ ଝିଅ ସହ ଯୌନ ନିର୍ଯ୍ୟାତନା କରି ବାପା ଫେରାର, ଥାନାରେ ଅଭିଯୋଗ କଲା ସ୍ତ୍ରୀ

Spread the love

ଗଁନ୍ଦିଆ,‌ (ନାଗରାଜ ନ୍ଯୁଜ): ଜନ୍ମିତ ଝିଅ ସହ ଯୌନ ନିର୍ଯ୍ୟାତନା କରି ବାପା ଫେରାର, ଥାନାରେ ଅଭିଯୋଗ କଲା ସ୍ତ୍ରୀ । ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ନିହାଲପ୍ରସାଦ ଥାନା ଅନ୍ତର୍ଗତ ବେଗା ପଞ୍ଚାୟତ ଅଧୀନ ବଡପୋଖରୀଆ ଗ୍ରାମରେ । ଜଣେ ପିତା ନିଜର‌ ଜନ୍ମିତ ଝିଅକୁ‌ ଯୌନ ନିର୍ଯ୍ୟାତନା ଦେଇଥିବାର ଖୋଦ‌ ଝିଅର ମା ନିହାଲପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଗୁରୁବାରୀ ନାମକ ମହିଳାଙ୍କ ସ୍ୱାମୀ ୪ ମାସ ହେବ ତାକୁ ଶାରୀରିକ ତଥା ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ତେବେ ଖାଲି ସେତିକି ନୁହେଁ‌ ତାଙ୍କର ୪ବର୍ଷ ଝିଅର ୫ଦିନ ହେବ ଦେହ ଭଲ ନଥିବା ସମୟରେ ଝିଅକୁ ସାଥିରେ ନେଇ ତା ସହିତ ଖରାପ କାର୍ଯ୍ୟ କରିଥିବାର ଝିଅର ମା ଅଭିଯୋଗ ଆଣିଥିଲେ ।

ତେବେ ଆଶା ଦିଦିଙ୍କ ଠାରୁ ନିଜ ଝିଅ ଯୌନ ନିର୍ଯ୍ୟାତନାର ଶୀକର ହୋଇଥିବା ଖବର ପାଇ ପୀଡିତାର ମା ଗୁରୁବାରୀ ବାରଙ୍ଗ ଚାଇଲ୍ଡ ହେଲ୍ପ ଲାଇନ କର୍ମକର୍ତ୍ତା ଓ ୟୁଏନଏଫ୍ ଶୋଭା ସଂଗଠନର ଗଁଦିଆ ସଂଯୋଜିକା ଶୁଭଶ୍ରୀ ପାଇଟଲ ଙ୍କୁ ସାଙ୍ଗରେ ଆଣି ଆଜି ନିହାଲପ୍ରସାଦ ଥାନାରେ ଲିଖିତ ଭାବରେ ତାର ସ୍ୱାମୀ ସୁବୁନା ବବଙ୍ଗା ନାମରେ ଅଭିଯୋଗ କରିଥିଲେ । ଏହି ଘଟଣା ଘଟିବା‌ ଦିନ ଠାରୁ ଅଭିଯୁକ୍ତ  ଘରୁ କୁଆଡେ ପଳାଇ ଯାଇଥିବା ବେଳେ ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ ନିହଲପ୍ରସାଦ ଥାନା ଅଧିକାରୀ ଜିତେନ୍ଦ୍ର ସାହୁ ମାମଲା ରୁଜ୍ଜୁ କରି ଉକ୍ତ ଘଟଣାର ତଦନ୍ତ କରୁଥିବା ବେଳେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକାଶ କରିଛନ୍ତି ।

ଢେଙ୍କାନାଳ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ନାଗରାଜ ନ୍ଯୁଜ

Leave a Reply

Your email address will not be published. Required fields are marked *