ପୁରୀ, (ନାଗରାଜ ନ୍ୟୁଜ): ମହିଳା ଚିତ୍ରକଳା ଶିବିର ସ୍ଥାନୀୟ ସଂସ୍କୃତି ଭବନ ଠାରେ ଉଦଯାପିତ ହୋଇଯାଇଛି । ଲଳିତ କଳା ଏକାଡେମୀ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି ମହିଳା ଚିତ୍ରକଳା ଶିବିରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ସମସ୍ତ କଳାକାର ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ ।
ଜିଲ୍ଲାରେ ଲୁକ୍କାୟିତ ଚିତ୍ରକଳା ଲୋକଲୋଚନକୁ ଆସିବା ସହ ଶିଳ୍ପୀମାନଙ୍କ ପ୍ରତିଭା ବିକଶିତ ହୋଇପାରିବ । ଏଥିନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯାଇଛି । ପୁରୀର ୧୦ ଜଣ ମହିଳା ଚିତ୍ରଶିଳ୍ପୀ ଏଥିରେ ଭାଗ ନେଇଛନ୍ତି । ସେମାନେ ହେଲେ ନୟନା ବାରିକ, ପୁଷ୍ପାଞ୍ଜଳି ରାଓ, ସଂଯୁକ୍ତା ଦାସ, ପ୍ରିୟଦର୍ଶିନୀ ସାହୁ, ଅମ୍ରାପଲ୍ଲୀ ମହାପାତ୍ର, ସସ୍ମିତା ମହାରଣା, ଲକ୍ଷ୍ମୀପ୍ରିୟା ଦଳାଇ, ମିନାକ୍ଷୀ ଦାସ, ପ୍ରତିଭା ଦାସ, ସ୍ବେଡଲ ନାୟକ । ଉକ୍ତ ଶିବିରରେ ସେମାନଙ୍କ ଦ୍ବାରା ସୃଷ୍ଟ କଳାକୃତି ଆସନ୍ତା ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଭୁବନେଶ୍ବରସ୍ଥିତ କଳିଙ୍ଗ ଆର୍ଟ ଗ୍ୟାଲେରୀରେ ପ୍ରଦର୍ଶିତ ହେବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଚିତ୍ରଶିଳ୍ପୀ ଶ୍ରୀ ସତ୍ୟ ପାଢୀ, ଶ୍ରୀ ଚନ୍ଦ୍ରଶେଖର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।
ପୁରୀରୁ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ