ତେରା ପନ୍ଥ ମହିଳା ମଣ୍ଡଳ କଟକ ଶାଖା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Spread the love

କଟକ, (ନାଗରାଜ ନ୍ୟୁଜ): ଆସନ୍ତା ଜୁଲାଇ ମାସ 16ତାରିଖ ଦିନ ତେରା ପନ୍ଥ ମହିଳା ମଣ୍ଡଳ କଟକ ଶାଖା ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହେବ। ଏହି କର୍ମଶାଳାରେ ଆଚାର୍ଯ୍ୟ ଶ୍ରୀ ମହାସ୍ରମନ ଙ୍କ ଶିଷ୍ୟ ମୁନି ଜିନେସ୍ କୁମାର ଉଦବୋଧନ ଦେବେ। ଛତିଶ ଗଡ ହାଇକୋର୍ଟ ର ଅବସର ପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ଗୌତମ ଚାନ୍ଦ ଚରାଡ଼ିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ।ବିଶେଷ କରି ଏହି କର୍ମ ଶାଳାରେ ଆଚାର୍ଯ୍ୟ ମହା ଶ୍ରମନ୍ ଙ୍କ ମାର୍ଗ ଦର୍ଶନ ବିଷୟ ବସ୍ତୁ କୁ ନେଇ ଏହି କର୍ମଶାଳା ଅନୁଷ୍ଠିତ ହେବ ବୋଲି ଆଜି କାଠ ଗଡା ସାହି ସ୍ଥିତ ତେରାପନ୍ଥ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସାମ୍ପ୍ରତିକ ସମାଜରେ ଦୈନ ଦିନ ଘଟିଥିବା ହିଂସା ଏବଂ ନିଶାମୁକ୍ତ ସମାଜ ଗଠନ ପାଇଁ ଏହି କର୍ମଶାଳା ବିଶେଷ ଉପଯୋଗି ହୋଇପାରିବ।

ଜନସାଧାରଣ ସମାଜର ହିତ ଦୃଷ୍ଟିରୁ ବହୁ ସଂଖ୍ୟାରେ ଏହି କର୍ମଶାଳାରେ ଯୋଗ ଦେବାପାଇଁ ମହିଳା ମଣ୍ଡଳ ପକ୍ଷରୁ ଆହ୍ଵାନ ଦିଆଯାଇଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହିଳା ମଣ୍ଡଳ ସଭାପତି ହୀରା ବୈଦ୍ ଏବଂ ସମ୍ପାଦିକା ଶଶି ବିନିକିୟା ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନ ର ଉତ୍ତର ଦେଇ କହିଲେ ଏହି କର୍ମଶାଳାଟି ମହିଳା ସସ୍ତ୍ରିକରଣ କୁ ଅଧିକ ଶକ୍ତିଶାଳୀ ଏବଂ ସକ୍ରିୟ କରିବା ପାଇଁ ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ। ଏଥି ସହିତ ସର୍ବସାଧାରଣ ଙ୍କୁ ଏହି କର୍ମଶାଳା ସଠିକ୍ ମାର୍ଗ ଦର୍ଶନ ଦେଇପାରିବ। ଅର୍ଥ ଏବଂ ଆଧୁନିକତାର ଅନ୍ଧ ଜାତି ସାମାଜିକତା ର ସୁରକ୍ଷା ପାଇଁ କ୍ଷତି ଘଟାଇବ।ତେଣୁ ଆମର ଅତୀତ ସଂସ୍କୃତି ଓ ପରମ୍ପରାକୁ ଆଧାର କରି ଏହି କର୍ମଶାଳା ଅନୁଷ୍ଠିତ ହେଉଛି। ଏବଂ କର୍ମଶାଳା ହିଁ ଲୋକମାନଙ୍କୁ ଠିକ୍ ମାର୍ଗ ଦର୍ଶନ ଦେଇପାରିବ। ଏହି କର୍ମଶାଳା ଆସନ୍ତା 16 ତାରିଖ ଦିନ କଟକ ସହିଦ ଭବନ ଠାରେ ସକାଳ 9 ଟାରୁ 12 ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଏହି ସମ୍ମିଳନୀରେ ମୁନି ଜିନେସ୍ କହିଲେ ମହିଳା ମାନଙ୍କ ପାଖରେ ଶକ୍ତି ସାମର୍ଥ୍ୟ ଅଛି।ମହିଳା ସଶକ୍ତିକରଣ ସଫଳ ହେଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ।

Leave a Reply

Your email address will not be published. Required fields are marked *