ଓମିକ୍ରନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ନୂଆ ଚେତାବନୀ

Spread the love

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ନେଇ ନୂଆ ଚେତାବନୀ ଜାରି କରିଛି । ଆଗାମୀ ଦିନରେ ଓମିକ୍ରନ୍‌ ସଂକ୍ରମଣ ଆହୁରି ଦ୍ରୁତଗତିରେ ବ୍ୟାପିପାରେ । କାରଣ ଦେଶରେ ଏବେ ଦୈନିକ ସଂକ୍ରମଣ ୩ ଲକ୍ଷ ଅତିକ୍ରମ କରିସାରିଛି । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ, କରୋନାର ଓମିକ୍ରନ୍‌ ଶେଷ ଭାରିଆଣ୍ଟ ନୁହେଁ । BA.2 ଭଳି ଷ୍ଟ୍ରେନ୍‌ ଭବିଷ୍ୟତରେ ଦେଖିବାକୁ ମିଳିବ। ଭାରତ ପାଇଁ ଚିନ୍ତାର ବିଷୟ ଯେ, ଦେଶରେ ଓମିକ୍ରନ୍‌ ଭାରିଆଣ୍ଟ ଏବେ ଗୋଷ୍ଠୀ ସଂକ୍ରମଣରେ ପରିଣତ ହୋଇଛି। ଏହାର ଅର୍ଥ ଯେକୌଣସି ବ୍ୟକ୍ତି, ସଂକ୍ରମିତ ବ୍ୟକ୍ତିଙ୍କ ସଂପର୍କରେ ନ ଆସି ମଧ୍ୟ କରୋନା ପଜିଟିଭ ହୋଇପାରେ ।

ଆଇଆଇସି ମାଡ୍ରାସର ଗବେଷଣା ଅନୁସାରେ ଭାରତରେ ଆଗାମୀ ଫେବୃଆରୀ ୬ ତାରିଖ ପର୍ୟ୍ୟନ୍ତ କରୋନା ଶୀର୍ଷକୁ ଛୁଇବ। ଅର୍ଥାତ ଆଗାମୀ ୨ ସପ୍ତାହ ପର୍ୟ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବ। ଗବେଷଣାରେ କୁହାଯାଇଛି ଯେ, କରୋନା ସଂକ୍ରମଣକୁ ବଢ଼ାଇ ଥିବା ଆର ଭ୍ୟାଲୁ ଜାନୁଆରୀ ୧୪ରୁ ୨୧ ମଧ୍ୟ ଆହୁରି କମ ହୋଇ ୧.୫୭ ହୋଇଯାଇଛି। ଆର ଭ୍ୟାଲୁ କହିଥାଏ ଯେ, ଜଣେ ବ୍ୟକ୍ତି କେତେ ଲୋକଙ୍କୁ ସଂକ୍ରମିତ କରିପାରିବ। ଏହା ଯଦି ୧ରୁ ହ୍ରାସ ପାଇଯାଏ, ତା’ହେଲେ ମହାମାରୀ ଶେଷ ହୋଇଯିବ।

Leave a Reply

Your email address will not be published. Required fields are marked *