ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଲେ ୪୩ ନୂଆ ମୁହଁ

Spread the love

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ନୂଆ ଚେହେରା ସ୍ଥାନ ପାଇବ । ପାଖାପାଖି ୪୩ ଜଣ ନୂଆ ମୁହଁ ଏଥର କ୍ୟାବିନେଟରେ ସାମିଲ ହେବ ।ଦ୍ୱିତୀୟ ପାଳିର ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ ହେବାକୁ ଯାଉଛି । ଆଉ କିଛି ସମୟ ପରେ ପୂରା କ୍ୟାବିନେଟର ରୂପରେଖ ସ୍ପଷ୍ଟ ହେବାକୁ ଥିବାବେଳେ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ନୂଆ ମୁହଁଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।ଏହି ତାଲିକାରେ ଓଡ଼ିଶାରୁ ମଧ୍ୟ ୨ ଜଣଙ୍କ ନାଁ ରହିଛି ।

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ନୂଆ କରି ସାମିଲ ହେବାକୁ ଥିବା ୪୩ ଜଣ ହେଲେ ଶ୍ରୀ ନାରାୟଣ ଟୁଟୁ ରାଣେ, ଶ୍ରୀ ସର୍ବାନନ୍ଦ ସୋନୱାଲ, ଡା. ବିରେନ୍ଦ କୁମାର, ଶ୍ରୀ ଜ୍ୟୋତିରାଧିତ୍ୟ ସିନ୍ଧିଆ, ଶ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ, ଶ୍ରୀ ଅଶ୍ୱିନୀ ବୈଷ୍ଣବ୍, ଶ୍ରୀ ପଶୁପତି କୁମାର ପାରସ, ଶ୍ରୀ କିରେନ୍ ରିଜିଜୁ, ଶ୍ରୀ ରାଜକୁମାର ସିଂ,ଶ୍ରୀ ହରଦିପ୍ ସିଂ ପୁରୀ, ଶ୍ରୀ ମନସୁଖ୍ ମନ୍ଦାଭିଆ, ଶ୍ରୀ ଭୁପେନ୍ଦ୍ର ୟାଦବ୍‌, ଶ୍ରୀ ପୁରୁଷୋତ୍ତମ ରୁପଲ୍‌, ଶ୍ରୀ ଜି. କ୍ରୀଷ୍ଣା ରେଡ୍ଡୀ, ଶ୍ରୀ ଅନୁରାଗ ସିଂ ଠାକୁର, ଶ୍ରୀ ପଙ୍କଜ ଚୌଧୁରୀ,  ଶ୍ରୀମତି ଅନୁପ୍ରୀୟା ସିଂ ପଟେଲ, ଡା. ସତ୍ୟପାଲ ସିଂ ଭାଗଲ, ଶ୍ରୀ ରାଜୀବ୍ ଚନ୍ଦ୍ରଶେଖର, ଶୁଶ୍ରୀ ଶୋଭା କରନ୍ଦଲାଜେ, ଶ୍ରୀ ଭାନୁ ପ୍ରତାପ ସିଂ ବର୍ମା, ଶ୍ରୀମତି ଦର୍ଶାନା ବିକ୍ରମ ଜରଦୋଷ, ଶ୍ରୀମତି ମୀନାକ୍ଷୀ ଲେଖି, ଶ୍ରୀମତି ଅନୁପ୍ରୀୟା ଦେବୀ, ଶ୍ରୀ ଏ. ନାରାୟଣ ସ୍ୱାମୀ, ଶ୍ରୀ କୌଶଲ କିଶୋର, ଶ୍ରୀ ଅଜୟ ଭଟ୍ଟ, ଶ୍ରୀ ବି.ଏଲ ବର୍ମା, ଶ୍ରୀ ଅଜୟ କୁମାର, ଶ୍ରୀ ଚୌହାନ୍ ଦେବୁଶିଂ, ଶ୍ରୀ ଭଗୱନାଥ ଖୁବା, ଶ୍ରୀ କପିଲ ମୋରେଶ୍ୱର ପାଟିଲ, ଶୁଶ୍ରୀ ପ୍ରତିମା ଭୌମିକ୍‌,      ଡା. ସୁଭାଶ୍ ସରକାର, ଡା. ଭଗବତ୍ କ୍ରୀଷ୍ଣରାଓ କରଦ୍‌, ଡା. ରାଜକୁମାର ରଞ୍ଜନ ସିଂ, ଡା. ଭାରତୀ ପ୍ରବୀନ ପରୱାର, ଶ୍ରୀ ବିଶେଶ୍ୱର ଟୁଡୁ, ଶ୍ରୀ ସାନ୍ତନୁ ଠାକୁର, ଡା. ମୁଞ୍ଜାପରା ମହେନ୍ଦ୍ର ଭାଇ, ଶ୍ରୀ ଜନ୍ ବରଲା, ଡା. ଏଲ ମୁରୁଗାନ୍‌ ଓ ଶ୍ରୀ ନୀତିଶ ପାରମାନିକ୍‌ ।

Leave a Reply

Your email address will not be published. Required fields are marked *