ରାଜ୍ୟରେ ୨୧ରୁ ପ୍ରବଳ ବର୍ଷା ସମ୍ଭାବନା

Spread the love

ଭୂବନେଶ୍ବର: ଜୁଲାଇ ୨୧ ତାରିଖରୁ ବର୍ଷାର ପରିମାଣ ବଢିବ। ଯେହେତୁ ଉତ୍ତର-ପଶ୍ଚିମ ଉପକୂଳରେ ସାଇକ୍ଲୋନିକ୍ ଷ୍ଟର୍ମ ସୃଷ୍ଟି ହେଉଛି ଏହାର ପ୍ରଭାବରେ ୨୨ ବା ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ହାଲୁକା ବର୍ଷା ସହିତ ବଜ୍ରପାତ ହେବାର ସମ୍ଭବନା ରହିଛି । ନୟାଗଡ, କେଉଁଝର, କନ୍ଧମାଳ, ଗଜପତି, ଗଞ୍ଜାମ ଓ ମୟୂରଭଞ୍ଜରେ ଘଡଘଡି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 

ରାଜ୍ୟରେ ଆଗାମି ତିନିରୁ ଚାରିଦିନ ପର୍ଯ୍ୟନ୍ତ ବର୍ଷା ଲଗି ରହିବା ସହିତ କିଛିକିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି ।ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଆଶା କରାଯାଉଛି ଏବଂ ଏହା ପ୍ରଭାବରେ ରାଜ୍ୟରେ ଦେଖାଦେଇଥିବା ନିଅଣ୍ଟିଆ ବର୍ଷାର ଅଭାବ ପୂରଣ ହୋଇପାରିବ ।

ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ଓଡିଶାରେ ମୌସୁମୀ ବର୍ଷା ଜୁଲାଇ ମାସରେ ସାଧାରଣ ପରିମାଣଠାରୁ ୪୦ ପ୍ରତିଶତ କମ୍ ଅଟେ। ଜୁଲାଇ ମାସରେ ପ୍ରାୟ ୧୭ ଟି ଜିଲ୍ଲାରେ କମ୍ ବୃଷ୍ଟିପାତ ହୋଇଥିବାବେଳେ ୭ଟିରେ ବହୁ ପରିମାଣର ବୃଷ୍ଟିପାତ ରେକର୍ଡ କରାଯାଇଛି । 

Leave a Reply

Your email address will not be published. Required fields are marked *