ରାସ୍ତାକଡ଼ ଢ଼ାବାମାନଙ୍କରେ ହେଉଥିବା ମଦବିକ୍ରୀ କୁ କୁତ୍ରା ଥାନା ଅଧିକାରୀ ବନ୍ଦକରି ଦେଇ ଇଥିବାରୁ ସାଧାରଣରେ ଖୁସିର ଲହରୀ

Spread the love

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ର କୁତ୍ରା ଥାନା ଅଧୀନରେ ଥିବା ବିଜଏକ୍ସପ୍ରେସ ରାଜ୍ୟ ରାଜପଥ ରାସ୍ତା କଡେକଡେ ଅନେକ ଛତୁଫୁଟିଲାଭଲି ଢ଼ାବା ଖୋଲି ଦିନରାତି ଦେଶୀଓବିଦେଶୀ ମଦବିକ୍ରୀ ହେଉଥିଲା ।ମଦ୍ୟପମାନଙ୍କ ପ୍ରାଦୁର୍ଭାବରେ ସନ୍ଧ୍ୟା ହେଲେ ରାସ୍ତାରେ ଯିବା ଆସିବା କଷ୍ଟକର ହୋଇପଡୁଥିଲା। ବିଶେଷ କରି କୁତ୍ରା ଥାନା ର ପୂର୍ବତନ ଥାନା ଅଧିକାରୀ ଶୁଶାନ୍ତ କୁମାର ପରିଡ଼ା ଥିବା ବେଳେ ସମସ୍ତ ଢ଼ାବା ମାଲିକ ମାନଙ୍କ ସହିତ ସଲାସୁତୁରା କରି ଢ଼ାବା ମାଲିକ ମାନଙ୍କୁ ମୁଣ୍ଡରେ ଚଢ଼ାଇ ରଖିଥିବାରୁ ସେମାନେ ଇନ୍ଦ୍ରଚନ୍ଦ୍ର ମାନୁନଥିଲେ। ସୈାରଭ ଢ଼ାବା ମାଲିକ ଥାନା ଅଧିକାରୀ କୁ ହାତମୁଠାରେ ରଖିଥିବାରୁ ଗ୍ରାହକମାନଙ୍କୁ ମଧ୍ୟ ଉଗ୍ରବ୍ୟବହାର ଦେଖାଇବାକୁ ପଛଉନଥିଲା। କେହି ଏହାର ପ୍ରତିବାଦ କଲେ ମୋବାଇଲରେ ଫୋଟୋ ଉଠେଇ ଥାନା ଅଧିକାରୀ କୁ ପଠାଇ ଦେଉଥିଲା । ହେଲେ ଶୁଶାନ୍ତ କୁମାର ପରିଡ଼ା ଏହି ଥାନାରୁ ବଦଳିହେବାପରେ ତାଙ୍କ ସ୍ଥାନରେ ବର୍ତ୍ତମାନ ନୂତନ ଥାନା ଅଧିକାରୀ ଭାବେ ଶ୍ରୀ ବିଶିବାଵୁ ଯୋଗଦେଇଛନ୍ତି।ସେ ଥାନା କୁ ଆସୁଆସୁ ସମସ୍ତ ଢ଼ାବା ମାନଙ୍କରେ ଘନ ଘନ ଚଢ଼ାଉ କରି ମଦବିକ୍ର କୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି, ଯାହାଫଳରେ ଢ଼ାବା ମାଲିକ ମାନଙ୍କ ମଧ୍ୟରେ ବର୍ତ୍ତମାନ କୋକୁଆ ଭୟ ସୃଷ୍ଟି ହୋଇଛି। କୋୖଣସି ଢ଼ାବା ରେ ବର୍ତ୍ତମାନ ମଦବିକ୍ରୀ ହେଉନଥିବାରୁ ସାଧାରଣରେ କୁତ୍ରା ଥାନା ଅଧିକାରୀ ଶ୍ରୀ ବିଶିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।(ସୁନ୍ଦରଗଡ଼ ରୁ ଦଶରଥ ପୋଡ଼ ଙ୍କ ରିପୋର୍ଟ ନାଗରାଜ ନିଉଜ)

Leave a Reply

Your email address will not be published. Required fields are marked *