ରେଳ କାର୍ଯ୍ୟରେ ଯୋଗ ଦେବେ ମହିଳା, ଟ୍ୱିଟ କରି ଜଣାଇଲେ ପିୟୂଷ ଗୋୟଲ

Spread the love

ନୂଆଦିଲ୍ଲୀ: ନାରୀଙ୍କୁ ରେଳରେ ମିଳିଛି ସ୍ଥାନ । ରେଳ ଇଞ୍ଜିନ କାର୍ଯ୍ୟରେ ମହିଳା ଯୋଗ ଦେବେ ବୋଲି ରେଳମନ୍ତ୍ରୀ ପିୟୂଷ ଗୋୟଲ ଟ୍ବିଟ କରି ଜଣାଇଛନ୍ତି । ମହାରାଷ୍ଟ୍ରର କଲ୍ୟାଣ ଗୁଡସ ଗାର୍ଡ ମାଲଗାଡ଼ିର ଯାଞ୍ଚ ପାଇଁ ନୂଆ ମହିଳା ଟିମ ନିଯୁକ୍ତ ହୋଇଛନ୍ତି ।

ବିଭାଗୀୟ ମନ୍ତ୍ରୀଙ୍କ ସୂଚନାନୁସାରେ, ମହାରାଷ୍ଟ୍ରର କଲ୍ୟାଣ ଗୁଡସ ଗାର୍ଡ ମାଲଗାଡ଼ିର ଯାଞ୍ଚ ପାଇଁ ଏକ ମହିଳା ଟିମ ଗଠନ କରାଯାଇଛି। ରେଳବାଇର ପ୍ରଯୁକ୍ତି ତଥା ଭାରୀ କାମ ପାଇଁ ଅଧିକାଂଶ ପୁରୁଷଙ୍କୁ ନିଯୁକ୍ତ ଦିଆଯାଇଥାଏ। ବିଶେଷ ଭାବେ ମାଲଗାଡ଼ି ସହିତ ଜଡିତ ଥିବା କାମ ପାଇଁ ପୁରୁଷ ଟିମକୁ ନିଯୁକ୍ତ କରାଯାଇଥାଏ।

ପିୟୁଷ ଗୋଏଲ ଟୁଇଟରରେ ଲେଖିଛନ୍ତି, ‘ନାରୀ ଶକ୍ତି: , ମହାରାଷ୍ଟ୍ରର କଲ୍ୟାଣ ଗୁଡସ ଗାର୍ଡ ମାଲଗାଡ଼ିର ଯାଞ୍ଚ ପାଇଁ ମହିଳା ଟିମ ଗଠନ କରାଯାଇଛି।’ ଏହି ଟିମକୁ ଅଣ୍ଡର ଗିୟର ଯାଞ୍ଚ, ଏୟର ବ୍ରେକ ଟେଷ୍ଟିଂ, ଅଣ୍ଡର ଫ୍ରେମ, ସାଇଡ ପ୍ୟାନଲ ପାଇଁ ଚୟନ କରାଯାଇଛି।

ରେଳ ମନ୍ତ୍ରୀ ଟୁଇଟ ସହିତ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଜଣେ ମହିଳା ଅପ୍ରେଣ୍ଟିସ ଟ୍ରେନ ତଳେ ପଶି ଯାଞ୍ଚ କରୁଥିବା ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *