ଜଳଦା ଗ୍ରାମର ଲକ୍ଷ୍ମୀଧରଙ୍କୁ କେବଳ ଭଗବାନ ସାହା

Spread the love

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ଅଧିନସ୍ଥ ଜଳଦା ଗ୍ରାମର ଘଟଣା, ଏହି ଗ୍ରାମ ର ମନୋରଞ୍ଜନ ବେହେରା ଜଣେ ଗରିବ କୃଷକ ପରିବାର ଲୋକ, ମୂଲ ଲାଗିଲେ ପେଟ ପୋଷୋ, ଦିନେ କାମକୁ ନ ଗଲେ ଚୂଲି ଜଳିବା କଷ୍ଟ ସାଧ୍ୟା ହୁଏ,ସ୍ତ୍ରୀ ସଂଧ୍ୟା ବେହେରା ଙ୍କ କୋଳକୁ ଭଗବାନ ପୁଅଟିଏ ଦେଲେ,ଆନନ୍ଦରେ ଫାଟି ପଡୁଥିଲା ବିଚରା ମନୋରଞ୍ଜନ ଙ୍କ ର ଘର ଓ ବାହାର, ମାତ୍ର ଦୁଇ ବର୍ଷ ସୁଖରେ ବିତାଇ ପାରିଲେ ନାହିଁ,
ବୁଢୀମା ମୀନତି ଓ ବୁଢ଼ା ବାପା ନାତିକୁ ଧରି କେତେ ସ୍ବପ୍ନ ଦେଖିଥିଲେ, ହେଲେ ସବୁ ସ୍ବପ୍ନ ଥିବା ସ୍ବପ୍ନ ରେ ପାଲଟି ଗଲା,ଠିକ୍ ଦେଢ଼ ମାସ ପରେ ନାତି ଲକ୍ଷ୍ମୀ ଧର ଙ୍କୁ ଝାଡ଼ା ହେଲା ବହୁ ଚେଷ୍ଟା ପରେ ଝାଡ଼ା ବଂଦ ହେଲାନି,ପରିବାର ଲୋକେ ସୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନାତିକୁ ନେଇକି ଯାଇଥିଲେ,ସୋର ରେ ଦିନ ଟିଏ ରହିବା ପରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପରାମର୍ଶ ଦେଲେ ସୋର ଡାକ୍ତର, ବାଲେଶ୍ଵର ରୁ ଡାକ୍ତର ଙ୍କ ପରାମର୍ଶକ୍ରମେ କଟକ ଶିଶୁ ଭବନ କୁ 14,7,2020 ରେ ଶିଶୁ ଭବନ ରେ 14 ଦିନ ଚିକିତ୍ସା ହେଲେ ପରେ ଡାକ୍ତର ତାଙ୍କ ପେଟରେ ଅସ୍ତ୍ରୋପଚାର କରି ନାଡ କାଟିଦେଇଥିଲେ, ଅପରେସନ ପରେ ଦୁଃଖ ଦୂର ହେବା ପରିବର୍ତେ ଯନ୍ତ୍ରଣା କ୍ରମଶଃ ବଢ଼ିବାରେ ଲାଗିଲା, ଚାରୀ ଥର ଅପରେସନ କଲାପରେ ଛୁଆ ଭଲ ହେବା ପରିବର୍ତେ ଆସ୍ତେ ଆସ୍ତେ ଫୁଲିବାକୁ ଲାଗିଲା,ବିଚରା ବାପା ମାଆ ଙ୍କ ମନରେ ସନ୍ଦେହ ବଢିଲା ପରିବାର ଲୋକେ ଯେତେ କହିଲେ ବି ପିଲାଙ୍କୁ ଡିସ୍ଚାଯ୍ୟ କର କେହି ଶୁଣିବା ତ ଦୂର ର କଥା ଟିକିଏ ବି ନଜର ଦେଲେନି ଡ଼ାକ୍ତର ମାନେ, ଏବେ ରୋଗୀଣା ପିଲାଟି ଘରେ ଜୀବନ ସହ ସଂଗ୍ରାମ କରୁଛି, ମଳଦ୍ୱାର ରେ ଝାଡ଼ା ନହୋଇ ପେଟର 3 ରୁ 4 ଗୋଟି ସ୍ଥାନରେ ଝାଡ଼ା ବାହାରି ଆସୁଛି,ପୁଣି ଡାକ୍ତର ଙ୍କ ପାଖକୁ ନେବା ପାଇଁ ପଇସା ପତ୍ର ନାହିଁ . ଯଦି କେହି ସହୃଦୟ ବ୍ୟକ୍ତି ସହ ଯୋଗ ର ହାତ ବଢାନ୍ତେ ତେବେ ବିଚରା ନିରିହ ରୋଗୀଣା ଲକ୍ଷ୍ମୀ ଧର ସୁସ୍ଥ ହୋଇ ପାରନ୍ତା .

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *