ଆଜି ହେଉଛି ମହାଶିବରାତ୍ରି, ବାଲେଶ୍ୱର ଜିଳ୍ଲାର ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼

Spread the love

ଖଇରା(ନାଗରାଜ ନ୍ୟୁଜ): ଆଜି ହେଉଛି ମହାଶିବରାତ୍ରି। ରାତି ୪ଟା ରୁ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ରେ ଥିବା ବିଭିନ୍ନ ଶିବ ମନ୍ଦିର ଦର୍ଶନ କରୁଛନ୍ତି ହଜାର ହଜାର ଶିଵ ଭକ୍ତ । ଆଜି ପବିତ୍ର ଜାଗର ଯାତ୍ରାରେ ସହରରେ ଥିବ ଖଇରା, ଗଣ୍ଡିବେଡ଼, ତୁଡିଗଢିଆ, କୁପାରି, ମାଖନପୁର, କସପା, କାକୁଡ଼ିଆ ଓ ବଟେଶ୍ୱରରେ ଥିବା ଶୈବ ପୀଠରେ ଭୋର ୪ ଟାରୁ ହଜାର ହଜାର ଭକ୍ତ ଲମ୍ବା ଧାଡିରେ ଛିଡା ହୋଇ ବାବାଙ୍କୁ ଦର୍ଶନ କରିବା ସହିତ ମାନସିକ ରଖିଥିବା ବିଭିନ୍ନ ପ୍ରକାର ଧାତୁର ଅଙ୍ଗପ୍ରତ୍ୟେଙ୍ଗକୁ ବାବାଙ୍କୁ ଅର୍ପଣ କରୁଛନ୍ତି। କାରଣ ମଣିଷ ଶରୀରରେ ଯେ କୌଣସି ଅଙ୍ଗ ଅକାମି ହୋଇଗଲେ ପ୍ରଭୁ ଶିବସଙ୍କର ସେହି ଅଙ୍ଗକୁ ଯେ କୌଣସି ଧାତୁରେ ତିଆରି କରି ମାନସିକ ରଖିଲେ ସେହି ଅଙ୍ଗକୁ ବାବା ଭୋଳାନାଥ ସମ୍ପୂର୍ଣ୍ଣ ଭାବେ ସୁସ୍ଥ କରିଦିଅନ୍ତି ।
ଆଜିର ଦିନରେ ବିଭିନ୍ନ ଶୈବ ପୀଠରେ ରାଜ୍ୟ ର ଲୋକମାନେ ଓ ରାଜ୍ୟର ପ୍ରତି କୋଣ ଅନୁକୋଣରୁ ହଜାର ହଜାର ଭକ୍ତ ଆସି ମାନସିକ ରଖନ୍ତି। ଆଉ କେଉଁ ଭକ୍ତ ଆଜିର ଏହି ମହାନ ଦିନରେ କାନ୍ଧରେ ପାଣିଭାର ଆଣି ଲିଙ୍ଗରେ ଅର୍ପଣ କରିଥାନ୍ତି । କାହିଁକିନା ବାବା ବର୍ଷସାରା ପଙ୍କରେ ବୁଡି ରୁହନ୍ତି ପଙ୍କ ଉଜଲା ଏକାଦଶୀ ଦିନ ସେବାୟତ ଲିଙ୍ଗରେ ଫୁଲ, ବେଲ ପତ୍ର, ଅଗୁରୁ,ଚନ୍ଦନ, କେଶର, କର୍ପୂର , କ୍ଷୀର ଇତ୍ୟାଦି ଅର୍ପଣ କରିଥାନ୍ତି ।

Leave a Reply

Your email address will not be published. Required fields are marked *