ମହାନବମୀରେ କୁମାରୀ ପୂଜା

Spread the love

କଟକ,(ନାଗରାଜ ନ୍ୟୁଜ): ଆଜି ହେଉଛି ପବିତ୍ର ମହାନବମୀ । ଦଶଭୁଜା ମା’ ମହିଂସା ମର୍ଧିନୀ ଦୁର୍ଗାଙ୍କ ର ନବମୀ ପୂଜା । ବିଭିନ୍ନ ଶକ୍ତି ପୀଠ ଏବଂ ପୂଜା କମିଟି ଗୁଡିକରେ ଦେଖିବାକୁ ମିଳୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ତେବେ ବିଭିନ୍ନ ପୂଜା ମଣ୍ଡପ ମାନଙ୍କରେ ନବମୀ ପୂଜା ବେଶ୍ ଆଡ଼ମ୍ବରରେ ପାଳନ କରାଯାଉଥିବା ବେଳେ ହରିପୁର ପୂଜା ମଣ୍ଡପରେ ଦେଖିବାକୁ ମିଳିଛି କିଛି ନିଆରା ପରମ୍ପରା କୁମାରୀ ପୂଜା । ସୂଚନା ଅନୁଯାୟୀ, ହରିପୁର ପୂଜା ମଣ୍ଡପରେ ୧୯୭୨ରୁ ହର ପାର୍ବତୀଙ୍କ ପ୍ରତିମୂର୍ତ୍ତି ପୂଜା କରାଯାଉଥିଲା ପରେ ୧୯୯୭ ମସିହା ଠାରୁ ଏଠାରେ ମା’ ଦୁର୍ଗାଙ୍କ ମୃଣୟୀ ମୂର୍ତ୍ତି ଗଢ଼ାଯାଇ ମା’ଙ୍କ ପ୍ରତିମୂର୍ତ୍ତିକୁ ପୂଜା କରାଯିବା ସହ କୁମାରୀ ପୂଜାର ପ୍ରଥା ପ୍ରଚଳିତ ହେଉଛି । ତେବେ ଏହି କୁମାରୀ ପୂଜାର ମାହାତ୍ମ୍ୟ ରହିଛି ଯେ, ୯ଟି କୁନି କୁନି ଝିଅମାନଙ୍କୁ ମା’ ଦୁର୍ଗାଙ୍କ ୯ଗୋଟି ବେଶରେ ସୁସଜ୍ଜିତ କରାଯାଏ ଏବଂ ସେମାନଙ୍କୁ ପୂଜା ମଣ୍ଡପରେ ବସାଇ ପୂଜାର୍ଚ୍ଚନା କରାଯିବା ସହ କିଛି ଉପହାର ମଧ୍ୟ ଦିଆଯାଇଥାଏ । କୁହାଯାଏ ଯେ, ଏହି କୁନିକୁନି ଶିଶୁ କନ୍ୟା ମା’ ଦୁର୍ଗାଙ୍କ ଅଂଶ ବିଶେଷ ହୋଇଥିବାରୁ କୁମାରୀ ପୂଜା କରିବା ଦ୍ଵାରା ସୁଖ, ଶାନ୍ତି ଓ ସମୃଦ୍ଧିର ଅଭିବୃଦ୍ଧି ହୋଇଥାଏ ।

Leave a Reply

Your email address will not be published. Required fields are marked *