ଆଜି ଓଡିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ କଟକ ଜିଲ୍ଲା ପକ୍ଷରୁ ସପ୍ତମ ବେତନ କମିଶନ ବିରୁଦ୍ଧରେ ଚେତାବନୀ

Spread the love

କଟକ, (ନାଗରାଜ ନ୍ୟୁଜ): ବହୁଦିନ ପରେ ଓଡ଼ିଶାରେ 1/1/2004 ରେ ମୁଣ୍ଡା ମୁଣ୍ଡି ଭାତିଆ ପ୍ରଚଳନ କରାଯାଇଥିଲା। ଦୀର୍ଘ ଚଉଦ ବର୍ଷ ଆନ୍ଦୋଳନ ପରେ ନୂତନ ଅନୁଦାନ ନୀତି ପ୍ରଣୟନ ହେଲା ଯାହା ଫଳରେ 2608 ମାଧ୍ୟମିକ ବିଦ୍ୟାଳୟ,916 ମ ଇ ବିଦ୍ୟାଳୟ, 662 ଓ 488 ରେ କାର୍ଯ୍ୟ ରତ ଅଧ୍ୟାପକ ଶିକ୍ଷକ ଓ କର୍ମଚାରୀ ଙ୍କ ମଧ୍ୟରେ ନୂତନ ଆଶାର ଆଲୋକ ସୃଷ୍ଟି ହୋଇଥିଲା।ଚଳିତ ବର୍ଷ ଜାନୁଆରୀ ମାସରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ନୂତନ ଅନୁଦାନ ପାଇଥିବା କଲେଜ,ଉଚ୍ଚବିଦ୍ୟାଳୟ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡ଼ିକୁ ସପ୍ତମ ବେତନ କମିଶନ ପ୍ରଦାନ ପାଇଁ ଘୋଷଣା ନାମା ପ୍ରକାଶିତ ହେଲା । ଦୁଃଖ ପରିତାପର ବିଷୟ ଗତ 13 ତାରିଖ ଦିନ ଯେଉଁ ନିର୍ଦ୍ଦେଶ ନାମା ଗଣଶିକ୍ଷା ବିଭାଗ ଦ୍ଵାରା ପ୍ରକାଶିତ ନିର୍ଦ୍ଦେଶ ନାମା କିମ୍ବୁତ କିମ୍ବାକାର । ଯାହା ଫଳରେ କଟକ ଜିଲ୍ଲାର ଅଧ୍ୟାପକ ଶିକ୍ଷକ, କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଗାମୀ ଦିନରେ ଜିଲ୍ଲା ଶିକ୍ଷାଧିକାରୀ, କଟକ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବାର ଚେତାବନୀ ଦିଆ ଗଲା । ଏହାର ଆସୁ ସମାଧାନ କରା ନଗଲେ ରାଜ ରାସ୍ତାରେ 50 ହଜାର ଶିକ୍ଷକ, ଅଧ୍ୟାପକ ଏବଂ କର୍ମଚାରି ଆନ୍ଦୋଳନକୁ ଓହ୍ଲାଇବେ ବୋଲି କଟକ ଜିଲ୍ଲା ଏସ ଟି ଏଫ୍ ଆଇ ପକ୍ଷରୁ ଚେତାବନୀ ଦିଆଯାଇଛି । ପ୍ରହ୍ଲାଦ ପଣ୍ଡା ଙ୍କ ସଭାପତିତ୍ବରେ ଆୟୋଜିତ ପ୍ରତିବାଦ ସଭାରେ ଓଷ୍ଟା କଟକ ଜିଲ୍ଲା ସମ୍ପାଦକ ଲକ୍ଷ୍ମୀଧର ସାହୁ, ପ୍ରଣବ କିଶୋର ନାୟକ, ହିରନ୍ୟମୟୀ ସାମଲ,କଲ୍ୟାଣୀ ରାଉତ୍, ଅନିଲ କୁମାର ଦାସ, ଅମରେନ୍ଦ୍ର ସ୍ଵାଇଁ, ରାଜକିଶୋର ମହାପାତ୍ର, ପ୍ରମୋଦ କୁମାର ସିଂହ,ପ୍ରଦୀପ୍ତ କୁମାର ପଣ୍ଡା,ବିଜୟ କୁମାର ଛାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *