ମର୍ମାନ୍ତୁଦ ସଡକ ଦୁର୍ଘଟଣା, ୩ ଗୁରୁତର ଓ ୧୪ ଆହାତ

Spread the love

ଢେଙ୍କାନାଳ, (ସୌମ୍ୟ ରଞ୍ଜନ ମହାନ୍ତି): ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ଷଡ଼ଙ୍ଗୀ ଠାରୁ 2 କିଲୋମିଟର ଦୂର ଧନିଆନାଳି ଠାରେ ଏକ ମର୍ମାନ୍ତୁଦ ସଡକ ଦୁର୍ଘଟଣାରେ ୧୪ ଜଣ ଆହତ ହେବା ସହ ୩ଜଣ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟଯେ, ପ୍ରତିଦିନ ଧାନ ରୋପଣ ନିମନ୍ତେ ଧନିଆ ନାଳି ଗ୍ରାମର କିଛି ସ୍ତ୍ରୀ ଲୋକ ବରଦା ଗ୍ରାମକୁ ଯାଉଥିଲେ । ହେଲେ ପ୍ରତିଦିନ ଭଳି ଆଜି ଏକ ଡାଲା ଅଟୋ ଯୋଗେ ବରଦା ଗ୍ରାମରୁ ଧନିଆ ନାଳି ଗ୍ରାମକୁ ଫେରିବା ସମୟରେ ଧନିଆ ନାଳି ନିକଟରେ ଏକ ଅଜଣା ବୋଲୋର ଧକ୍କା ଦେବା ଦ୍ୱାରା ଅଟୋଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ପାଲଟି ପଡିଥିଲା ।

ଉକ୍ତ ଦୁର୍ଘଟଣା ଆହତ ହୋଇଥିବା ୧୭ ମହିଳାଙ୍କୁ ଚିକିତ୍ସା ନିମନ୍ତେ ଶ୍ରୀରାମଚନ୍ଦ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଥିମଧ୍ୟରୁ ୩ ଜଣ ଗୁରୁତର ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ସ୍ଥିତ ବଡ ମେଡିକାଲକୁ ପଠାଯାଇଥିଲା । ୧୪ ଜଣ ସାମାନ୍ୟ ଆହତ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବାବେଳେ ଗୁରୁତର ମାନଙ୍କର ଏବେ ମଧ୍ୟ୍ୟ ଚିକତ୍ସା ଚାଲିଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *