ବାଗବାହାଲିରେ କୋଭିଡ କଟକଣା ମଧ୍ୟରେ ଆଦିବାସୀ ସଚେତନତା ସଭା

Spread the love

ପାଟଣାଗଡ଼, (ନାଗରାଜ ନ୍ୟୁଜ): ପାଟଣାଗଡ଼ ଉପଖଣ୍ଡ ତମିଆଁ ପଞ୍ଚାୟତ ଅନ୍ତର୍ଗତ ବାଗବାହାଲି ଗ୍ରାମର ଆମ୍ବବଗିଚାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଏକ ସଚେତନା ସଭା ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ସେବତୀଭୂଏଙ୍କ ସଭାପତିରେ ଅନୁଷ୍ଠିତ ସଚେତନ ସଭାରେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ଜିଲ୍ଲା କାର୍ଯ୍ୟକାରୀ ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ ସଂପାଦକ ସାରଥି ବାଗ, ନିତ୍ୟାନନ୍ଦ ଶବର, ନିମାଇଁ ଗଡତ୍ୟା, ଗୌରୀଶଙ୍କର ବରିହା, ଧବଳେଶ୍ଵର ଭେ।ଇ, ଜଳ ଧରୁଆ, ସହଦେବ ବରିହା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଆଦିବାସୀମାନଙ୍କ ଆର୍ଥିକ, ସାମାଜିକ ଶିକ୍ଷା, ରାଜନୈତିକ, ସ୍ୱାସ୍ଥ୍ୟ, ହକ୍ଅଧିକାର, ସଂରକ୍ଷଣ ଓ ଏକତା ଉପରେ ଆଲୋକପାତ କରିଥିଲେ । ଚଳିତବର୍ଷ ପଞ୍ଚାୟତ ନିର୍ବାଚନରେ ଆଦିବାସୀମାନଙ୍କୁ ସଂରକ୍ଷଣ ଉଚ୍ଛେଦ କରିଥିବାରୁ ବଲାଙ୍ଗିର ଜିଲ୍ଲା ଆଦିବାସି କଲ୍ୟାଣ ସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ବିଚାରଧିନ ରହିଛି ବୋଲି ମୁଖ୍ୟ ବକ୍ତା ବିଶି ମତବ୍ୟକ୍ତ କରିଥିଲେ । ତମିଆଁ ପଞ୍ଚାୟତ ଆଦିବାସୀ କଲ୍ୟାଣ ସଂଘର ମଙ୍ଗଲୁ ବରିହା, ଅନ୍ତ ବରିହା, ଜଗନ୍ନାଥ ବରିହା, ନବିନଭୂଏ ଓ ଜାଗେଧରୁଆଙ୍କ ସମେତ ଶତାଧିକ ଆଦିବାସି ମହିଳା ପୁରୁଷ ଯୋଗଦେଇଥିଲେ । ଧବଲେଶ୍ଵର ଭେ।ଇ ଧନ୍ୟବାଦପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *