ନକଲି ପାଣି ବୋତଲ କାରଖାନା ଉପରେ ପୁଲିସ ଚଢାଉ
୨ ଗିରଫ ବିପୁଳ ସମଗ୍ରୀ ଜବତ୍‌

Spread the love

ଭୁବନେଶ୍ଵର : ଚନ୍ଦକା ଥାନା ପୁଲିସ ଭୁବନେଶ୍ଵର ଉପକଣ୍ଠ ଛତାବର ପଞ୍ଚାୟତର ଗ୍ରାମଡିରେ ଚାଲିଥିବା ଏକ ନକଲି ପାଣି ବୋତଲ କମ୍ପାନୀ ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ପାଣି ବୋତଲ, ଷ୍ଟିକର ତିଆରି ଯନ୍ତ୍ର ଓ ବୋତଲ ଜବତ କରିଛି। କମ୍ପାନୀର ମ୍ୟାନେଜର ସର୍ବେଶ୍ଵର ଦାସ ଓ ସୁପରଭାଇଜ ହରିହର ସାହୁଙ୍କୁ ଗିରଫ କରିଛି। କମ୍ପାନୀର ମାଲିକ ଲକ୍ଷ୍ମୀକାନ୍ତ୍ର ନାୟକ ବୋଲି ଚନ୍ଦକା ଥାନା ପୁଲିସ ଜାଣିବାକୁ ପାଇଛି।
ସୂଚନାଯୋଗ୍ୟ ଯେ ଦିଲ୍ଲୀ ସ୍ଥିତ ବିସଲେରି କମ୍ପାନୀର କର୍ମଚରୀ ବିଜୟ କୁମାର ନକଲି କମ୍ପାନୀ ଟି ବିରୁଦ୍ଧରେ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିର୍ତ୍ତିକରି ଚନ୍ଦକା ଥାନା ପୁଲିସ ଚଢାଉ କରିଥିଲା। ଚଢାଉ ବେଳେ ନକଲି ବ୍ରାଣ୍ଡ ଆମୋଷ୍ଟ ଓ ନାମି ବ୍ରାଣ୍ଡ ବିସଲେରି, ଆକ୍ବା ପାଣି ବୋଲ ପ୍ରସ୍ତୁତ ହେଉଥିବା ସାମଗ୍ରୀ ଓ ବୋତଲ ଜବତ କରିଛି ଚନ୍ଦକା ଥାନା ପୁଲିସ।

Leave a Reply

Your email address will not be published. Required fields are marked *