ଗଣ୍ଡଗୋଳ ଘଟଣା

Spread the love

ବାଙ୍କୀ,(ନାଗରାଜ ନ୍ୟୁଜ): ଗୟଳବାଙ୍କ ଓ ଭାଗିପୂର୍ ମଧ୍ୟରେ ନାଚ ଦେଖିବାକୁ ନେଇ ଗଣ୍ଡଗୋଳ । ଘଟଣା ହେଉଛି ଦୋଳ ପୂର୍ଣ୍ଣିମା ଅବସରରେ ଗତ କାଲି ରାତିରେ ଗୟଳବାଙ୍କ ଗ୍ରାମରେ ଯାତ୍ରାପାଟି ନାଚ କରିବାକୁ ଥିବାବେଳେ ପାଖ ଗ୍ରାମ ଭଗିପୁରର କିଛି ଲୋକ ଯାଇଥିଲେ ନାଚ ଦେଖିବାକୁ । ହେଲେ ତାଙ୍କୁ ବସି ଦେଖିବାରେ ସୁଯୋଗ ମିଳିବାରୁ ଉଭାୟଙ୍କ ମଧ୍ୟରେ ବଚସା ଓ ଗାଡ଼ି ଭଙ୍ଗାରୁଜା ହୋଇଥିଲା । ଆଜି ସମାଧାନ ହେବାକୁ ଥିବାବେଳେ କାହିଁକି ନାଚରେ ବିଭ୍ରାଟ ଭଗିପୂର୍ ଲୋକ କଲେବୋଲି ଗୟ ଳବାଙ୍କର ଶତାଧିକ ଲୋଙ୍କ ଏକଥହୋଇ ହାତରେ ଠେଙ୍ଗା ପାହର ଧରି ଆସିଥିଲେ ଭଗିପୁର ଗ୍ରାମକୁ ଗଣ୍ଡଗୋଳ କରିବାକୁ ହେଲେ ବାଟରେ ଉଭୟ ମଧ୍ୟରେ ଟେଳ। ପଥର ମାଡ଼ ହୋଇଥିଲେ । ଘଟଣା ବଢିବା ପୁର୍ବରୁ ଘଟଣା ସ୍ଥଳେ ବାଙ୍କୀ ପଲିସ ପହଁଚି ଯିବାରୁ ପରିସ୍ଥିତି ନିୟ୍ତ୍ରଣାଧିନ ଓ ପରେ ଶାନ୍ତ । ଏବେ ଉଭୟ ଗ୍ରାମରେ ପୋଲିସ ମୁତୟନ । ପରିସ୍ଥିତି ସ୍ବାଭାବିକ । ସମାଧାନ ପାଇଁ ଚାଲିଛି ଉଦ୍ୟମ ବୋଲି ଗ୍ରାମବାସୀଙ୍କ ସୂଚନା ।

Leave a Reply

Your email address will not be published. Required fields are marked *