ଟିଭି ଅଭିନେତ୍ରୀ ତରଲା ଯୋଶୀଙ୍କ ଦେହାନ୍ତ

Spread the love

ନୂଆଦିଲ୍ଲୀ: ହିନ୍ଦି ସିରିଏଲରେ ଅଭିନୟ କରିଥିବା ଅଭିନେତ୍ରୀ ତରଲା ଯୋଶୀଙ୍କ ଦେହାନ୍ତ ହୋଇଛି । ସେ  ‘ଏକ୍ ହଜାରୋ ମେଁ ମେରୀ ବେହନା ହେ’ ଏବଂ ‘ସାରଭାଇ ଭର୍ସେସ୍ ସାରଭାଇ’ ଭଳି ଅନେକ ସିରିଏଲରେ କାମ କରିଥିଲେ । ଗତ ଶନିବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଅଭିନେତ୍ରୀ ନିଆ ଶର୍ମା ସୋସିଆଲ ମିଡିଆ ଜରିଆରେ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ। ନିୟା ତାରଲା ଯୋଶୀଙ୍କ ସହିତ ‘ଏକ ହଜାରୋ ମେ ମେରୀ ବେହେନା ହୈ’ ରେ କାମ କରିଥିଲେ । ଅଭିନେତ୍ରୀ ତରଲା ଯୋଶୀଙ୍କ ଅନେକ ଫଟୋ ସେୟାର କରି ନିୟା ଲେଖିଛନ୍ତି- ଆରଆଇପି ବଡି ବିଜି ତୁମେ ସବୁବେଳେ ମନେ ପଡ଼ିବ। ତରଲା ଜୀ ତୁମେ ସବୁବେଳେ ବଡି ବିଜି ହୋଇ ରହିବ। ‘

ଏକ ହଜାର ମେଁ ମେରୀ ବେହନା ହେ’ ରେ ନିୟା ଶର୍ମା ମାନଭି ଭୂମିକାରେ ଅଭିନୟ କରିଥିବାବେଳେ ତରଲା ଯୋଶୀ ବଡ ବିଜି ଭୂମିକାରେ କାମ କରିଥିଲେ। କାମ କରିଥିଲେ। ଏହି ସୋ ବହୁତ ହିଟ୍‌ ହୋଇଥିଲା। ତାରଲା ଯୋଶୀଙ୍କର ଦେହାନ୍ତ ପରେ ପୂରା ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଟିଭି ସେଲିବ୍ରିଟି ଟ୍ବିଟ୍‌ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

Leave a Reply

Your email address will not be published. Required fields are marked *