ଇଅର ଫୋନ୍ ଲୁଟି ୨ ଭାଇ ଜେଲଗଲେ

Spread the love

କଟକ: ସାମନ୍ୟ ଇଅର ଫୋନ୍ ଲିଟି ୨ ଭାଇ ବନ୍ଧା ହୋଇ ଜେଲଗଲେ। ଏଭି ଘଟଣା ଘଟିଛି କଟକ ଜିଲ୍ଲା ବାରଙ୍ଗ ଥନା ଅଧିନ ଗୋଡିସାହି ଫାଣ୍ଡି ଅଞ୍ଚଳରେ।  ସାଧବାଣୀପୁର ଗ୍ରାମର ଦୁଇ ଭାଇ ଅଭିରାମ ରାଉତ(୨୪) ଓ ତାର ସାନ ଭାଇ ଅଜିତ୍ ରାଉତ(୨୩)ଙ୍କୁ  କୋଟ ଚାଲଣ କରିଛି ପୁଲିସ।

ଦୁଇ ଭାଇଙ୍କୁ ଫିଲପ୍ କାଟ ସେଲସ ମ୍ୟାନ ଠାରୁ ମାତ୍ର ଅଢେଇ ସହ ଟଙ୍କା ମୋବାଇଲ ଇଅର ଫୋନ୍ ଲୁଟି ଥିବା ଅଭିଯୋଗରେ ବାନ୍ଧିଜେଲକୁ ପଠାଇଛି ଗୋଡିସାହି ଫାଣ୍ଡି ପୁଲିସ। ବଡ ଭାଇ ଅଭିରାମ ଫିଲପ୍ କାଟରେ  ଇଅର ଫୋନ୍ ବୁକ୍ କରିଥିଲା। ତାନାମରେ ଡେଲିଭରି ଆସିଥିବା ସେଲସ ମ୍ୟାନ ସୂଚନା ଦେବା ସହ କେଉଁଠାରେ ଦେବ ବୋଲି ଫୋନ୍ କରି ପଚାରିଥିଲା।  ତାକୁ ଗୋଡିସାହି ଫାଣ୍ଡି ପାଖ ହନୁମାନ ଛକକୁ ଆସି ଦେବାକୁ କହିଥିଲା। ହନୁମାନ ଛକରେ ପହଁଚିବା ମାତ୍ରେ ସେଠାରେ ସାନ ଭାଇ ଅଜିତ୍ ଆସି ସେଲସ୍ ମ୍ୟାନକୁ ଧକା ମାରି ତାଠାରୁ ଇଅର ଫୋନ୍ ଟିକୁ ଛଡାଇ ନେଇ ଫେରାର ହୋଇଯାଇଥିଲା। ସେଲସମ୍ୟାନ ରାକେଶ ବେହେରା ଗୋଡିସାହି ଫାଣ୍ଡିରେ ଅଭିଯୋଗ କରିବାରୁ ପୁଲିସ ଦୁଇ ଭାଙ୍କୁ ଗିରଫ୍ କରି କୋଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *