ଗୋଡ଼ିସାହି ବଜାରରୁ ୨ଜଣ ସାଇବର ଠକେଇ ଯୁବତୀ ଅଟକ

Spread the love

ବାରଙ୍ଗ, (ନାଗରାଜ ନ୍ୟୁଜ ): ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି ଫାଣ୍ଡି ନିକଟ ବଜାର ନିକଟରେ କଟକ ଜିଲ୍ଲା, ତିଗିରିଆ ଓ ବିନ୍ଧାଣିମା ଗ୍ରାମର ସୁରେଶ ସେଠି ବୋଲି ଜଣେ ବ୍ୟକ୍ତି ଏକ ଘରୋଇ କମ୍ପାନୀରେ କାମ କରନ୍ତି । ତିଗିରିଆ ନୂଆପାଟଣାରେ ଥିବା ରାକେଶ ପାତ୍ରଙ୍କ ମୋଦି କେୟାର ଦୋକାନରେ ଅନଲାଇନ ଟ୍ରାଞ୍ଜକ୍ସନ କରିବାବେଳେ ତାହାର ସୁଯୋଗ ନେଇ କାମ କରୁଥିବା କାବେରୀ ସାହୁ ନାମକ ଏକ ଯୁବତୀ ଅନ୍ୟ ଏକ ଯୁବତୀ ଜୋତିର୍ମୟୀ ରାଉତଙ୍କୁ ସାଙ୍ଗରେ ଧରି ଗୋଡ଼ିସାହି ବଜାର ନିକଟରେ ଦିନ ୧୧ଟାରେ ସମୟରେ ପହଞ୍ଚିଥିଲେ । ସୁରେଶ ସେଠିଙ୍କୁ ଫୋନ କରି ଡାକି ସୁରେଶ ସେଠୀଙ୍କ ଫୋନରୁ ଚନ୍ଦନ ସାହୁ ନାମକ ଜଣେ ଯୁବକଙ୍କ ପାଖକୁ ଫୋନ କରିବାକୁ କହି ତାଙ୍କ ଠାରୁ ଫୋନ ନେଇଥିଲେ ।

ଏହି ସମୟ ମଧ୍ୟରେ ଜୋତିର୍ମୟୀ କାବେରୀଙ୍କ ମୋବାଇଲରେ ମେସେଜ ମାଧ୍ୟମରେ ସେଠିଙ୍କ ମୋବାଇଲରୁ ଓଟିପି ନମ୍ବର ଦେଇ ସୁରେଶ ସେଠୀଙ୍କ ଆକାଣ୍ଟରୁ ପ୍ରଥମେ ୯୯,୫୦୦ ଟଙ୍କା ଦୃତୀୟ ଥର ୨୦,୩୦୦ଟଙ୍କା ଅନଲାଇନ ମାଧ୍ୟମରେ ହଡପ କରିଥିଲେ । ସେଠି ଫୋନରୁ ପଇସା କଟିବାର ମେସଜ ଆସିବା ଦେଖି ତୁରନ୍ତ ଦୁଇ ଜଣଙ୍କୁ ଅଟକାଇଥିଲେ । ଉକ୍ତ ବିଷୟରେ ଦୁଇ ଜଣଙ୍କୁ ପଚାରିବାରୁ ପ୍ରଥମେ ମାନି ନଥିଲେ ପରେ ପୋଲିସର ଧମକ ଦେବାରୁ ସତ ମାନିଥିଲେ । ଗୋଡ଼ିସାହି ଫାଣ୍ଡିକୁ ଆଣି ଏକ ଲିଖିତ ଅଭିଯୋଗ ଅଭିଯୋଗ କରିଛନ୍ତି ସୁରେଶ ସେଠି ।

Leave a Reply

Your email address will not be published. Required fields are marked *