ରେଭେନ୍ସା କଲିଯିଏଟ ସ୍କୁଲ ଠାରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ବିଜ୍ଞାନ ଗଣିତ ଓ ପରିବେଶ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା

Spread the love

କଟକ,(ନାଗରାଜ ନ୍ୟୁଜ): ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଆୟୋଜନ ରେ ରେଭେନ୍ସା କଲିଯିଏଟ ସ୍କୁଲ ଠାରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ବିଜ୍ଞାନ ଗଣିତ ଓ ପରିବେଶ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। ପ୍ରଦର୍ଶନୀରେ 12 ଗୋଟି ଶ୍ରେଷ୍ଠ ବିବେଚିତ ପ୍ରକଳ୍ପ ରାଜ୍ୟ ସ୍ତରୀୟ ଇନ ସ୍ପାୟାର ପ୍ରତି ଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ସେହି ପରି ଜିଲ୍ଲା ସ୍ତରୀୟ ବିଜ୍ଞାନ ଗଣିତ ଓ ପରିବେଶ ପ୍ରଦର୍ଶନୀ ରେ ବ୍ଲକ୍ ସ୍ତରରୁ ମନୋନୀତ ହୋଇ ଅଂଶ ଗ୍ରହଣ କରିଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ କଟକ ଜିଲ୍ଲା ରୁ ସ୍ଵାଧୀନ କୁମାର ମହାନ୍ତି,ଲିପ୍ସା ପ୍ରିୟଦର୍ଶିନୀ, ସୃତିଷ୍ଣିଗ୍ଧା ମିଶ୍ର,ସ୍ଵର୍ଣ୍ଣମୟୀ ସାହୁ, ଦିପାନ୍ସୁ ଷଡଙ୍ଗୀ,ବିରେନ୍ଦ୍ର ସିଂ,ପୂର୍ଣ୍ଣିମା ସାହୁ ପ୍ରମୁଖ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି। ଆଜି ଉଦଯାପନ ଦିବସରେ ଜିଲ୍ଲା ପରିଷଦ ର ସଭାପତି କିଶୋର ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି, ଡକ୍ଟର ସନ୍ତୋଷ କୁମାର ରାଉତ,ବି ଇ ଓ ଟାଙ୍ଗୀ ଚୌଦ୍ୱାର ସରୋଜିନୀ ସାହୁ, ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ନନ୍ଦ ଯୋଗ ଦେଇ କହିଲେ ଆଧୁନିକ ବିଜ୍ଞାନ ଯୁଗରେ ବିଜ୍ଞାନର ଅଗ୍ରଗତି ଘଟିଛି ।

ପ୍ରତିଦିନ ବିଜ୍ଞାନ ହିଁ ନୂତନ ନୂତନ ତଥ୍ୟ ଆବିଷ୍କାର କରୁଛି। ପ୍ରଯୁକ୍ତି ବିଦ୍ୟାର ବିକାଶ ଘଟିଛି। ଜିଲ୍ଲା ଶିକ୍ଷାଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ ଉଦଯାପନୀ ଉତ୍ସବରେ ସଭାପତିତ୍ବ କରିଥିଲେ। ଚୌଧୁରୀ ରମାକାନ୍ତ ପ୍ରହରାଜ ଧନ୍ୟବାଦ୍ ଅର୍ପଣ କରିଥିଲେ।ପ୍ରାରମ୍ଭରେ ଶିକ୍ଷକ ବିଶ୍ଵନାଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶେଷରେ ଖାନ ନଗର ହାଇସ୍କୁଲ ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟ କ୍ରମ ପରିବେଷଣ କରାଯାଇଥିଲା।ଏହି କାର୍ଯ୍ୟ କ୍ରମକୁ ସୁକାନ୍ତ କୁମାର ଷଡଙ୍ଗୀ,ରମେଶ ଚନ୍ଦ୍ର ସାହୁ, ପରେଶ୍ ମଲ୍ଲ,ପ୍ରଦୀପ ନାୟକ,ସୁଶିଲ ମହାପାତ୍ର,କମଳଲୋଚନ ସାହୁ,ଗୌତମ ଆଚାର୍ଯ୍ୟ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *